କଣ୍ଢାଳ ପ୍ରାଥମିକ କୃଷି ସମବାୟ ସମିତି ଲିଃରେ ସାଧାରଣ ସଭା
ତାଳଚେର, ୦୩/୦୪ କଣ୍ଢାଳ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ୨୦୨୫-୨୬ ଅନୁଷ୍ଠିତ ହୋଇଛି । ଏଥିରେ ସମବାୟ ଉନ୍ନତି କୃଷକଙ୍କ ଆର୍ଥିକ ଉନ୍ନତି ପାଇର୍ ସମବାୟ ମାଧ୍ୟମରେ କୃଷିର ଆବ୍ୟାକ ସାର, ବିହନ, ଯନ୍ତ୍ରପାତି ସଂଗ୍ରହ କରିବା, ଚାଷର ବଳକାଶସ୍ୟ ଧାନ ଆଦି ସମବାୟ ମଣ୍ଡି ମାଧ୍ୟମରେ ବିକ୍ରୟ କରିବା ପ୍ରଭୃତି ଉପରେ ଚାଷୀକ ମାନଙ୍କୁ ବୁଝାଯାଇଥିଲା । ସେହିଭଳି ସିଏସସି ମାଧ୍ୟମରେ ସମସ୍ତ ପ୍ରକାର ଅନଲାଇନ୍ କାମ କରିବା ଇତ୍ୟାଦି ଅନ୍ତର୍ଭୂକ୍ତ । ଏହି ସଭାରେ ମୁଖ୍ୟଅତିଥିଭାବେ ମଦନମୋହନ ମହାପାତ୍ର ସଭାପତି, ଆନନ୍ଦ ଚନ୍ଦ୍ରପ୍ରଧାନ ସଭ୍ୟ ଓ ସମସ୍ତ ପରିଚାଳନା ପରିଷଦ ସଭ୍ୟ ବକ୍ତାଭାବେ ଦିନବନ୍ଧୁ ପ୍ରଧାନ, ସମବାୟବିତ୍ ଗିରିଜା ମିଶ୍ର, ହିମାଂଶୁ ପ୍ରଧାନ, ପଂଚାନନ ସାହୁ, ଭୀମସେନ ବେହେରା, ବିଜୟ ସାହୁ, ପୂର୍ଣ୍ଣଚନ୍ଦ୍ର ନନ୍ଦ ପ୍ରାୟ ୩ଶହ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମିତି ସମ୍ପାଦକ ନରହରି ପ୍ରଧାନ ପରିଚାଳନା କରିଥିଲେ ।



