ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୁମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନ ପାଣିପାଗ ବିଭାଗ ରିପୋର୍ଟ କରିିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୁମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦ କିଲୋମିଟର ଗଭୀରତାରେ ଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଦିଲ୍ଲୀ – ଏନସିଆର ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥନାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା ।
ଆଫଗାନିସ୍ତାନରେ ୮ ଜଣଙ୍କର ମୃତ୍ୟୁ ହୋଇି । ହଠାତ ଭୂଇଁ ଥରିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଛି । ରାତି ପ୍ରାୟ ୯ଟା ୫୦ରେ ରେକର୍ଡ କରାଯାଇଥିବା ଏହି ଭୂମିକମ୍ପର ଝଟକା ନୋଏଡା, ଚଣ୍ଡିଗଡ , ପଞ୍ଚାବର ଲୁଧିଆନା ଏବଂ ଜାମ୍ମୁ ଓ କାଶ୍ମୀରର ପୁଞ୍ଚ , ଶ୍ରୀନଗର ଏବଂ ଉଧମପୁର ଡେରାଡୁନ ସମେତ ଅନ୍ୟାନ୍ୟ ସ୍ଥାନରୁ ଅନୁଭୂତ ହୋଇଥିଲା । କାବୁଲରେ ଭୂମିକମ୍ପ ଯୋଗୁଁ ଏକ ଘର ଭୁଶୁଡି ପଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ।ଇସଲାମାବାଦ, ପଞ୍ଜାବର କିଛି ଅଂଶ, ଖାଇବର ପଖତୁନଖ୍ୱା, ପେଶାୱର ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ପାକିସ୍ତାନର ଅନେକ ସହରରେ ମଧ୍ୟ ଭୂମିକମ୍ପର ଝଟକା କିଛି ସମୟ ପାଇଁ ଅନୁଭୂତ ହୋଇଥିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)
