
ମେଡିକାଲ କଲେଜ ଏବଂ ହସ୍ପିଟାଲ ପାଇଁ ଭଦ୍ରକରେ ଭଦ୍ରକ ବନ୍ଦ ପାଳନ
ଜେ ବି ଏନ, ୧୦/୧୨/୨୦୨୦, ଭଦ୍ରକ : ଭଦ୍ରକ ଠାରେ ଏକ ମେଡିକାଲ କଲେଜ ଏବଂ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଦାବି କରୁଥିବା ବେଳେ ଭଦ୍ରକ ସହରରେ ସାଧାରଣ ଜୀବନ ପ୍ରାଭାବିତ ହୋଇପଡିଛି। ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବ |

ସୁଚନା ଅନୁଯାୟୀ ଆଜି ଭଦ୍ରକ ସହରରେ ଥିବା ଦୋକାନ, ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ଡାକରା ପ୍ରଭାବରେ ବନ୍ଦ ରହିଥିବାବେଳେ ସହରରେ ଯାନବାହାନ ଚଳାଚଳ ତଥା ଜାତୀୟ ରାଜପଥ -୧୬ ମଧ୍ୟ ପ୍ରଭାବିତ ହୋଇଛି ବୋଲି ଜଣାପଡ଼ିଛି l ଏହି ବନ୍ଦ ଡାକରା ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି ବୋଲି ସୂତ୍ରରୁ ଜଣାପଡିଛି l



