ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୦୨ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପଣ୍ଡକୁଲ ଗ୍ରାମ ଠାରେ ମେହେର (ଭୁଲିଆ) ୟୁଥ୍ କମିଟି ପକ୍ଷରୁ ସ୍ବର୍ଗତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୦୨ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ପବିତ୍ର ବର୍ଣ୍ଣାଢ଼୍ୟ ଉତ୍ସବରେ ଉପସ୍ଥିତ ଅତିଥି ମାନଙ୍କୁ ଫୁଲ ଗୁଛ ସହ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର , ମୁଖ୍ୟ ବକ୍ତା ଭାବେ ଆନନ୍ଦ ମେହେର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମଦନ ପଟେଲ, କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ବରଂଜନ ପଣ୍ଡା, ଭି ଏ ଡବ୍ଲୁ ଅଜିତ ସାହୁ, ଭାଗ୍ୟବାନ ବାଗ , ପ୍ରଧାନ ଶିକ୍ଷକ ଘାସିରାମ ସେନାପତି , ପଣ୍ଡକୁଳ ମେହେର ସମାଜ ସଭାପତି ପ୍ରଦ୍ୟୁମ୍ନ ମେହେର, ରଘୁମଣୀ ମେହେର, ଅଖିଳ ଚନ୍ଦ୍ର ମେହେର, ବିଘ୍ନରାଜ ମେହେର,ଗଜାନନ ମେହେର, ପ୍ରସନ୍ନ ମେହେର ପ୍ରମୁଖ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ସ୍ବର୍ଗତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ଦୀପ ଜଳାଇ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମାଜ ଓ ଓଡ଼ିଆ ମାନଙ୍କ ପାଇଁ ଯେଉଁ ବଳିଦାନ , ସହାନୁଭୂତି , ତାଙ୍କ ଗୁଣ , ଗରିମା , ଜୀବନୀ ଗାଥା ଉପରେ ଉଦବୋଧନ ଦେଇ ବର୍ତମାନ ର ଯୁବଗୋଷ୍ଠୀ ମାନଙ୍କୁ ଉତ୍ସାହ କରିଥିଲେ । ବୁଣାକାର ଏବଂ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ମିତ ପାଇଁ ଗଛ ଟିଏ ଲଗାଇବା ପାଇଁ ଅଭିଯାନ କରି ଭୁଲିଆ ସମାଜର ପକ୍ଷରୁ ବୃକ୍ଷ ରୋପଣ କରିବା ସହ ଗଛ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରିଥିଲେ। ଦୁଷ୍ମନ୍ତ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଦ୍ୟୁମ୍ନ ମେହେର ସଭା ସାଙ୍ଗ କରିଥିଲେ ଏବଂ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ସହଯୋଗ କରିଥିଲେ ।
ଗୋଲାମୁଣ୍ଡା ରୁ କପୁର ଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜl



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-6.jpg)
