ହିନ୍ଦୋଳରେ ଗୋଟିଏ ଦିନରେ ଦୁଇଗୋଟି ଲଜ୍ଜାଜନକ ଘଟଣା
ଏପରି ଲଜ୍ଜାଜନକ ଘଟଣା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ଥାନା ଇଲାକାରେ ଘଟିଛି। ବମ୍ପା ଅଞ୍ଚଳର ଜନୈକ ଏକୋଇଶି ବର୍ଷୀୟା ଯୁବତୀଙ୍କୁ ପ୍ରସୂତି ପାଇଁ ଢେଙ୍କାନାଳ ମେଡିକାଲ ନେଇଥିଲେ। ଦୃଷ୍ଟିହୀନ ଯୁବତୀ ସେଠାରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପ୍ରସୂତି ପରେ ମେଡିକାଲ୍ କତ୍ତୃପକ୍ଷ ତାଙ୍କର ପରିଚୟ ପଚାରିଥିଲେ। ଏହାପରେ ତାଙ୍କର ମା ଅଣସଠୀ ବର୍ଷୀୟ ବାପା ଝିଅ ସହ ଏଭଳି କୁକର୍ମ କରିଥିବା ନେଇ ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। ଡାକ୍ତର ଏ ସଂପର୍କରେ ପୁଲିସ୍ କୁ ଜଣାଇବାରେ ପୁଲିସ୍ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ବାପାକୁ ଗିରଫ୍ କରି କୋର୍ଟଚାଲାଣ କରିଛି । ସେହିପରି ଜଣେ ପଚିଶି ବର୍ଷୀୟ ଯୁବକ ନିଜ ମା ବୟସର ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ବଦାଳୁ ଗ୍ରାମର ଜଣେ ବାଉନ ବର୍ଷୀୟା ଅନୁସୂଚିତ ଜାତିର ମହିଳା ସର୍ପା ଅଞ୍ଚଳରେ ଏକ କ୍ରସର ନିକଟରେ ରହି ଭିକ୍ଷା ବୃତ୍ତି କରୁଥିଲେ। ମହିଳାଜଣଙ୍କ ଭିକ୍ଷା ମାଗୁଥିବାବେଳେ ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ୍ ବ୍ଳକ୍ ପାଇକସାହି ପଞ୍ଚାୟତ ତାଳବାହାଳି ଅଞ୍ଚଳର ଜଣେ ଯୁବକ ସେହି କ୍ରସର ନିକଟରେ ରହି କାମ କରୁଥିଲେ। ମହିଳା ଜଣଙ୍କୁ ଏକାକୀପାଇ ଭିକ୍ଷାଦେବାକୁ କହି ନିଜ କୁଡିଆ ଭିତରକୁ ଡାକିନେଇ ବଳପୂର୍ବକ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ଥାନାରେ ଦୁଷ୍କର୍ମ ପିଡୀତା ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ସଂପୃକ୍ତ ଯୁବକକୁ ଗିରଫ କରିଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଓଡାପଡା ବ୍ଲକରୁ ମନୋଜ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ .



