କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । କେନ୍ଦୁଝରରେ ଗୋଠଛଡ଼ା ଦନ୍ତା ଭାଙ୍ଗିଲା ୨ଟି ଘର । ଘର ଭାଙ୍ଗି ଘର ଭିତରୁ ଖାଇଗଲା ଧାନଚାଉଳ । ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ୍ କଟୁପଶି ଓ ପାରୁଡିପଶି ଗାଁରେ ୨ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଗଲା ଗୋଠଛଡ଼ା ଦନ୍ତାହାତୀ । ପାରୁଡିପଶି ଗାଁର ବିରଞ୍ଚି ବେହେରାଙ୍କ ଘର ଭାଙ୍ଗିଥିବା ବେଳେ କଟୁପଶି ଗାଁର ଗମା ମହାନ୍ତଙ୍କ ଘର ଭାଙ୍ଗିଦେଇଛି ଗୋଠଛଡା ଦନ୍ତାହାତୀ । ଘର ଭାଙ୍ଗି, ଘର ଭିତରେ ଥିବା ଧାନ, ଚାଉଳ ଖାଇ ଦେଇଛି ଗୋଠଛଡ଼ା ଦନ୍ତା । ସୂଚନା ଅନୁଯାୟୀ, ଗତ ୧ସପ୍ତାହ ଧରି ଏହି ଗୋଠଛଡ଼ା ଦନ୍ତାହାତୀ, ଚମ୍ପୁଆ ରେଞ୍ଜର ବିଭିନ୍ନ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ, ବ୍ୟାପକ ଭାବେ ବିଭିନ୍ନ ପ୍ରକାରର ପନିପରିବା ଚାଷନଷ୍ଟ କରୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକ ପ୍ରକାରର ଭୟଭୀତ ହୋଇ ପଡ଼ିଥିବା ସୂଚନା ରହିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




