ଅମାନ୍ତପୁରୁ ସାହିରେ ମା ମଙ୍ଗଳା ଙ୍କ ମହୋତ୍ସବ ।ବଅଁରପାଳ,୦୭/୦୪ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ଅମାନ୍ତପୁରୁ ସାହିରେ ମା ମଙ୍ଗଳା ଙ୍କ ମହୋତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିଥିଲା l ପ୍ରତିବର୍ଷ ଭଳି ଚଳିତ ବୈଶାଖ ମାସ କୃଷ୍ଣପକ୍ଷ ଚତୁର୍ଥୀ ରବିବାର ଦିନ ମା ମଙ୍ଗଳା ଙ୍କ ଯାତ୍ରା ମହୋତ୍ସବ ଆରମ୍ଭ ହୋଇ ଅପରାହ୍ନଣ ରେ ମା ଙ୍କ ପଟୁଆର ଆରମ୍ଭ ହୋଇ ଗ୍ରାମ ପରୀକ୍ରମା କରା ଯାଇଥିଲା l ଘରେ ଘରେ ମା ମାନେ ମା ମଙ୍ଗଳା ଙ୍କୁ ବନ୍ଦା ପନା କରିଥିଲେ। ପରେ ପରେ ମା ଙ୍କ ପଟୁଆର ପାରମ୍ପରିକ ବାଜା ବାଜଣା ସାହାଯ୍ୟରେ ମନ୍ଦିରରେ ପହଞ୍ଚି ଥିଲା lବିଧି ମୁତାବକ ରାତ୍ରୀ ୯ ଟା ସମୟରେ ପୂଜା ଅର୍ଚ୍ଚନା ହୋଇଥିଲା । ମା ଙ୍କ ଯାତ୍ରା ମହୋତ୍ସବ ଦୁଇଦିନ ଧରି ବଡ଼ ଧୁମ୍ ଧାମରେ ଚାଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମା ମଙ୍ଗଳା ଙ୍କ ଦର୍ଶନ କରିଥିଲେ। ମା ମଙ୍ଗଳା ଯାତ୍ରା ମହୋତ୍ସବ କୁ ସଭାପତି ଦିପକ କୁମାର ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ଦିଗରେ ସଂପାଦକ ରଞ୍ଜନ ସାହୁ,ସହ ସମ୍ପାଦକ ନିର୍ମଳ ଦାସ,ଉପ ସଭାପତି ପ୍ରମୋଦ ଦାସ, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଦାସ,କନ୍ଦର୍ପ ବେହେରା, ନରେଶ ଚନ୍ଦ୍ର ସାହୁ, ଶତୃଘନ ରାଉତ,କେଶବ ରାଉତ,ରାଜିବ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ନାଲକୋ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପେଟ୍ରୋଲିଙ୍ଗ କରାଯାଇଥିଲା ।ପାରି ପାର୍ଶ୍ଵକ ଗ୍ରାମ ଗୁଡିକ ରୁ ବହୁ ଭକ୍ତ ଯୋଗ ଦେଇ ଅଧିଷ୍ଠାତ୍ରୀ ଦେଵୀ ମା ମଙ୍ଗଳା ଙ୍କ କୃପା ଭିକ୍ଷା କରିଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

