ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଦଶରଥପୁର, ଯାଜପୁରର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଦଶରଥପୁର ତା. ୫/୬/୨୦୨୬,ରବିବାର, ସୋମବାର ଦୁଇଦିନ ଧରି ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ତା – ୫.୦୪.୨୬ ରିଖ ରବିବାର ଅପରାହ୍ନ ୪ ଘଟିକା ସମୟରେ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ମାନନୀୟ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର ନାରାୟଣ ବେହେରା ମାନ୍ୟବର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ସମାଜସେବୀ ମାନନୀୟ ଶ୍ରୀଯୁକ୍ତ କର୍ଣ୍ଣାଟ କେଶରୀ ଦାସ, ଡ଼ଃ କୈଳାସ ଚନ୍ଦ୍ର ବିଶ୍ୱାଳ, ସରୋଜ କୁମାର ମହାପାତ୍ର, ବ୍ୟଙ୍ଗକବି ବାଇଧର ମାଝୀ ପ୍ରମୁଖ ଉପସ୍ଥିତ ରହିବା ସହିତ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସମସ୍ତ ଗୁରୁଜୀ ଗୁରୂମା ଏଵଂ ଅଭିଭାବକ ଅଭିଭାବିକା ଉପସ୍ଥିତ ରହିଥିଲେ। ଅତିଥିମାନଙ୍କ ଠାରୁ କୃତି ଛାତ୍ରଛାତ୍ରୀମାନେ ପୁରସ୍କାର ଗ୍ରହଣ କରିଥିଲେ। ତା. ୬/୦୫/୨୬ ରିଖ, ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟା ବିଧାୟିକା ଶ୍ରୀମତି ସୁଜାତା ସାହୁ ଯୋଗଦେଇ ଏହିଥର ବିଦ୍ୟାଳୟର ନୂତନ ଗୃହ ପୂର୍ଣ୍ଣାଙ୍ଗ ହେବ ବୋଲି କହିଥିଲେ। ସମାଜସେବୀ ଶ୍ରୀଯୁକ୍ତ କର୍ଣ୍ଣାଟ କେଶରୀ ଦାସ ପ୍ଲାଷ୍ଟିକ୍ ବର୍ଜ୍ଜନ କରିବାକୁ ମାଆ ମାନଙ୍କୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ସଭାପତି ସୁରେଶ ଚନ୍ଦ୍ର କର ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଦୀନବନ୍ଧୁ ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ ବ୍ରହ୍ମାନନ୍ଦ ସାମଲଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ଭର୍ଦ୍ଧିତ କରିଥିଲେ।ଅତିଥିମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ଏହି ବାର୍ଷିକ ଉତ୍ସବରେ ପରିଚାଳନା ସମିତିର ଉପ ସଭାପତି ଦିଲ୍ଲୀପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ନାଥ, ସଭ୍ୟା ସ୍ମିତାରାଣୀ ମିଶ୍ର ,ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଉପସ୍ଥିତ ରହିବା ସହିତ ଗୁରୁଜୀ ଅନନ୍ତ ଚରଣ ପୋଥାଳ, ଗୁରୁମା ମିନାକ୍ଷୀ ଦାଶ, ପ୍ରେମଲତା ସେଠୀ, ପ୍ରଜସ୍ୱିନୀ ଦେବତା, ସନ୍ତୋଷୀ ମହାଳିକ, ସର୍ମିଳା ନାଥ, ଅର୍ଚ୍ଚନା ସାହୁ, ବୈଜୟନ୍ତୀ ସାହୁ, ଅର୍ପିତା ସାହୁ, ଗୀତାରାଣୀ ପଣ୍ଡା, ଦେବସ୍ମିତା ପଲାଇ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଗୁରୁମା ଇତିଶ୍ରୀ ଗୋସ୍ୱାମୀ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଅଭିଭାବକ ଅଭିଭାବିକା , ଦର୍ଶକ ଦର୍ଶିକା ଉପସ୍ଥିତି ରହି କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଉତ୍ସବରେ ୧୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ସାମିଲ୍ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ।ଶେଷରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

