ଇନ୍ଦୁ ମୋଟର୍ସର ଗୋଦାମ ଘରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିଲେ ଅଗ୍ନିଶମ ବିଭାଗ।

ବଡ଼ବିଲ ଇନ୍ଦୁ ମୋଟର୍ସ୍ ର ଗୋଦାମ ଘରେ ଅଗ୍ନିକାଣ୍ଡ, ନିଆଁ କୁ ଆୟତ୍ତ କରିଲେ ଅଗ୍ନିଶମ ବାହିନୀର କର୍ମଚାରୀ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ଇନ୍ଦୁ ମୋଟର୍ସ ର ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ଏଗାରଟା ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ଇନ୍ଦୁ ମୋଟର୍ସର ଏକ ପାର୍ଟସ୍ ଗୋଦାମ ଘରେ ନିଆଁ ଲାଗିଥିବା କିଛି କର୍ମଚାରୀ ଦେଖି ମାଲିକଙ୍କୁ ଖବର ଦେବା ସହ ବଡ଼ବିଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ନିଆଁଲିଭା ଦମକଳ ଗାଡ଼ିକୁ ଧରି ଘଟଣା ସ୍ଥଳକୁ ଛୁଟିଥିଲେ। ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ନିଆଁ କୁ ଆୟତ୍ତ କରିବାକୁ ଲାଗିପଡିଲେ ଏବଂ କିଛି ସମୟ ମଧ୍ୟରେ ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ, ଯାହାପାଇଁ ଏକ ବଡ ଅଘଟଣ ଘଟିବାରୁ ବର୍ତ୍ତି ଯାଇଛି। ତେବେ କୌଣସି ପ୍ରକାରର ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାର୍ଟସ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-8.jpg)
