୬ଦଫା ଦାବି ନେଇ ଜଗନ୍ନାଥ ଜିଏମ ଅଫିସ୍ ପରିସରରେ ଗଣଧାରଣା
ତାଳଚେର, ୧୦/୦୪ ଅଫିସ୍ କ୍ୟାଂଟିନ୍, ମାର୍ଚ୍ଚ ୨୦୨୬ରୁ ଥିବା କଥା ଅନୁଯାୟୀ ରବିବାର ଏବଂ ସରକାରୀ ଛୁଟି ଦିନରେ ଜିଏମ ୟୁନିଟ୍ଏବଂ ସେଟ୍ରାଂଲ ଷ୍ଟୋର ବ(ଜଗନ୍ନାଥ ଏରିଆ)ର ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଉ, ସମାୟୁନୁବର୍ତିତା ଅନୁସାରେ ପଦୋନ୍ନତି ଏବଂ କ୍ୟାଡ଼ର୍ ଚେଞ୍ଜ, ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ପାର୍କିଙ୍ଗ ସ୍ଥଳୀ ନିର୍ମାଣ, ଜିଏମ ଅଫିସ୍ ସମ୍ମୁଖରେ ପୂଜାମଣ୍ଡପ ନିର୍ମାଣ, ସ୍ଥାନାନ୍ତରିତ ରୋଗୀଙ୍କ ଚିକତ୍ସା ବିଲର ଠିକ ସମୟରେ ପରିଶୋଧ କରାଯାଉ କୁନେଇ ୬ଦଫା ଦାବିରେ ଆଜି ସକାଳ ୧୦ଘଟିକା ସମୟରୁ ଏଆଇଏନଟିୟୁସି ଓ ଏଚଏମଏସ୍ ମିଳିତ ଭାବେ ଶତାଧିକ ଶ୍ରମିକ ଗଣଧାରଣାରେ ବସିଥିଲେ । ସେମାନେ ପୂର୍ବରୁ ଏସମ୍ପର୍କରେ ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ଫଳ କିଛି ନମିଳିବାରୁ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଏଚଏମଏସ୍ ସମ୍ପାଦକ ଜେସି ମିଶ୍ର ଓ ଏଆଇଏନଟିୟୁସି ବିଜୟ ଦାସ ପ୍ରେସ୍ ମାଧ୍ୟରେ ସୂଚନା ପ୍ରଦାନ କରିଛନ୍ତି । ଏହାର କପି ନିର୍ଦ୍ଦେଶକ (ଏଚଆର) ବୁର୍ଲା, ଜେନେରୋଲ ମ୍ୟାନେଜର (ଏଚଆର /ଆଇଆର), ଜେନେରାଲ ମ୍ୟାନେଜର (ଏଚଆର /ଏଚଆରଏମ) ଏମସିଏଲ ଜଗନ୍ନାଥକୁ ପ୍ରଦାନ କରିଛନ୍ତି ।

July 3, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

