
ଗୋରୁ ବେପାରୀଙ୍କ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍
ଜେ. ବି. ଏନ୍ (୧୦/୧୨ /୨୦୨୦)
ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ମହୁଲପାଟଣା-ମୁଖୀଗୁଡା ଘାଟି ରାସ୍ତା ୭ ନମ୍ବର ରିଜରେ ଗୁରୁବାର ମାରଣାସ୍ତ୍ରରେ ଆକ୍ରମଣ କରି ୪ ଗୋରୁ ବେପାରୀଙ୍କ ୫ ଲକ୍ଷ୨୨ହଜାର ଟଙ୍କା ଲୁଟି ନେଇଥିବା ଜୟପାଟଣା ଥାନା ରେ ଲିଖିତ ଅଭିଯୋଗ ହୋଇଛି l ରାୟଗଡା ଜିଲ୍ଲା ଡ଼ି କରାଳ ଗ୍ରାମର ଗୋବିନ୍ଦ ନାଏକ, ଲବ ନାଏକ, ସୁନାରୀ ନାଏକ, ଭରତ ନାଏକ ବୋଲେରୋରେ, ଜୟପାଟଣା ସାପ୍ତାହିକ ହାଟକୁ ଆସୁଥିବା ବେଳେ ବେଳେ ମୁଖୀଗୁଡା ଘାଟି ରାସ୍ତା ୭ନଂ ରିଜରେ ଆଠ ଜଣ ମୁଖା ପିନ୍ଧିଥିବା ବ୍ୟକ୍ତି ଏକ ଅପାଚି ବାଇକକୁ ରାସ୍ତାରେ ରଖି ଥିଲେ। ବୋଲେରୋ ସେମାନଙ୍କ ପାଖରେ ପହଞ୍ଚିବା ପରେ ଛୁରୀ, ତରୱାଲ ଦେଖାଇ ତୁମମାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ଦେଇ ଦେବାକୁ ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ସେମାନେ ଗୋବିନ୍ଦଙ୍କୁ ତରୱାଲରେ ଆକ୍ରମଣ କରିବାରୁ ଗୋବିନ୍ଦଙ୍କ ବାମ ହାତ ବୁଢା ଆଙ୍ଗୁଳିରେ ଆଘାତ ଲାଗିଥିଲା । ଦୁର୍ବୁର୍ତ୍ତ ମାନେ ବୋଲେରୋର ଚାବି ନେଇ ଯିବା ସହ ସୁନାରୀ ନାଏକଙ୍କ ପକେଟରୁ ୨୦ହଜାର ଟଙ୍କା, ଲବଙ୍କ ପକେଟରୁ ୨ହଜାର ଟଙ୍କା ଏବଂ ବୋଲେରୋ ଡିକିରୁ ୫ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ସେମାନେ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ଧର୍ମଗଡ଼ ଏସଡିପିଓ ନାରାୟଣ ନାଏକ, ଜୟପାଟଣା ଆଇଆଇସି ରଶ୍ମିତା ପ୍ରଧାନ, ଏସଆଇ ଲିଙ୍ଗରାଜ ସେଠି ତଦନ୍ତ ଜାରି ରଖିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-4-scaled.jpg)