ଅଞ୍ଚଳକୁ ପ୍ରଦୂଷଣକରି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରୁଛି ଜଗନ୍ନାଥଷ୍ଟିଲ କମ୍ପାନୀ।

ସମଗ୍ର ଅଞ୍ଚଳକୁ ପ୍ରଦୂଷଣରେ ଭରି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରୁଛି ଜଗନ୍ନାଥଷ୍ଟିଲ କମ୍ପାନୀ।ବଡ଼ବିଲ ଅଞ୍ଚଳକୁ ବିଭାଗୀୟ ଅଧିକାରୀଙ୍କ, ନିଷ୍କ୍ରିୟତା ଅବା ଅପାରଗତା ଯୋଗୁ, ଜଗନ୍ନାଥଷ୍ଟିଲ କମ୍ପାନୀର ପ୍ରଦୂଷଣ ଚରମ ସୀମାରେ।କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଘରୋଇ କମ୍ପାନୀ ଗଢି ଉଠିଛି। ଏବଂ ବହୁ ସମୟରେ ଦେଖାଯାଏ କି କିଛି ଅମାନିଆ ଖଣି କମ୍ପାନୀ ମାନଙ୍କ ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାରର ଦୁର୍ଦ୍ଦଶା ଭୋଗ କରିଥାନ୍ତି। ସେହିଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନାତଥା ଯୋଡ଼ାବ୍ଳକ ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ଅଧିନରେ ଥିବା ଉଲିବୁରୁ ଗ୍ରାମରେ ଗଢି ଉଠିଥିବା ଖଣି କମ୍ପାନୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ। ପୂର୍ବରୁ ମଧ୍ୟ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୋଧରେ ବିଭିନ୍ନ ଅଭିଯୋଗ ହୋଇଆସିଛି, ଏବଂ ଏହି ଜଗନ୍ନାଥଷ୍ଟିଲ କମ୍ପାନୀର ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚିଲାଣି, ପୂର୍ବରୁ ମଧ୍ୟ ଏହି ଜଗନ୍ନାଥଷ୍ଟିଲ କମ୍ପାନୀର ପ୍ରଦୂଷଣ କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିବା ନଜିର ରହିଛି। ଏହି ଜଗନ୍ନାଥଷ୍ଟିଲ କମ୍ପାନୀର ପ୍ରଦୂଷଣ ଯୋଗୁ ମଣିଷତ ମଣିଷ, ଗଛଲତା, ନଦୀନାଳ ଜୀବଜନ୍ତୁ ମଧ୍ୟ ତ୍ରାହିତ୍ରାହି ଡାକ ଦେଲେଣି। କାହା ବଳରେ ବଳୀୟାନ ଏ ଜଗନ୍ନାଥଷ୍ଟିଲ କମ୍ପାନୀ ଯିଏକି ରାଜ୍ୟ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି କରୁଛି। କଣ ପାଇଁ ବିଭାଗୀୟ ଅଧିକାରୀ ସାଜିଛନ୍ତି ନିଦାବିଷ୍ଣୁ। କଣ ବିଭାଗୀୟ ଅଧିକାରୀ ଓ ଜଗନ୍ନାଥଷ୍ଟିଲ କମ୍ପାନୀ କତୃପକ୍ଷଙ୍କ ସହ ହେଉଛି କି କିଛି ମଧୁଚାନ୍ଦ୍ରିକା??? କଣ ପାଇଁ ନିରବ ବିଭାଗୀୟ ଅଧିକାରୀ। ଲୋକଙ୍କ ସରକାର ମୋହନ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥରରେ ପ୍ରଦୂଷଣ କୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଜଗନ୍ନାଥଷ୍ଟିଲ କମ୍ପାନୀ କାହା ଛତ୍ରଛାୟାରେ ରହି ଚଳାଇଛି ତାର ମାନମାନି, କଣ ପାଇଁ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଯାହା ପାଇଁ ଲୋକଙ୍କ ସରକାର୍ ମୋହନ ସରକାର ଙ୍କ ଉପରେ ପ୍ରଶ୍ନ ଉଠୁଛି,। ଖୋଦ୍ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଗୋଟିଏ ଦିନ ପରେ ବଡ଼ବିଲ ଗସ୍ତରେ ଆସୁଥିବା ବେଳେ ତାକୁବି ଖାତିର ନାହିଁ ଏହି ଜଗନ୍ନାଥଷ୍ଟିଲ କମ୍ପାନୀର, ସେ ତାର ପ୍ରଦୂଷଣ ଜାରି ରଖିଥିବା ଦେଖିବାକୁ ମିଳିଛି।ଦେଖାଯାଉ ଖବର ପ୍ରସାରଣ ପରେ କାର୍ଯ୍ୟରେ ଅବହେଳା କରୁଥିବା ଏହିଭଳି ବିଭାଗୀୟ ଅଧିକାରୀ ଓ ଅମାନିଆ ଜଗନ୍ନାଥଷ୍ଟିଲ କମ୍ପାନୀ ବିରୋଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ଜିଲ୍ଲା ପ୍ରଦୂଷଣ ବୋର୍ଡ ର ବିଭାଗୀୟ ଅଧିକାରୀ ଓ ଜଗନ୍ନାଥଷ୍ଟିଲ କମ୍ପାନୀର ସହଭାଗିତାରେ ସ୍ଥାନୀୟ ଅଞ୍ଚଳରେ ଏଭଳି ପ୍ରଦୂଷଣ ଚାଲୁ ରହୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



