ପୁରୀ ସହରରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସହର ସାରା ବଙ୍ଗୀୟ ଭାଷାରେ ପୋଷ୍ଟର ଛାଇ ଯାଇଛି । ସମୁଦ୍ରକୂଳ, ବସଷ୍ଟାଣ୍ଡ, ସମୁଦ୍ରକୂଳ ବଡଦାଣ୍ଡରେ ବିଜେପିର ପୋଷ୍ଟର ଲଗାଯାଇଛି । ଶ୍ରୀ ଜଗନ୍ନାଥ ଧାମ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ପୋଷ୍ଟରରେ ଲେଖାଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ଭକ୍ତଙ୍କୁ ଆକୃଷ୍ଠ କରିବା ପାଇଁ ଏଭଳି ହୋଡିଂ ଲାଗିଥିବା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ।
ପୁରୀରେ ଲାଗିଥିବା ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦି ଲୋକଙ୍କ ଫଟୋ ରହିଛି । ଶ୍ରୀକ୍ଷେତ୍ର ଇତିାହସରେ ପ୍ରଥମ ଘଟଣା ଯେ ବାହାର ରାଜ୍ୟର ଭୋଟ ପ୍ରଚାର ପାଇଁ ଏଠାରେ ପୋଷ୍ଟର ଲାଗୁଛି । ପୁରୀକୁ ହଜାର ହଜାର ବଙ୍ଗୀୟ ପର୍ଯ୍ୟଟକ ଆସୁଛନ୍ତି ଆଉ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ବ୍ୟବସ୍ଥା ହୋଇଛି ।



