ଜଳ ହିଁ ଜୀବନ ରୋହିଲା ଗ୍ରାମବାସୀଙ୍କ ଦୁଖଃ ବୁଝିବ କିଏ,

ଅନୁଗୋଳ.ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ରୋହିଲା ଗ୍ରାମପଂଚାୟତ ରୋହିଲା ଗ୍ରାମ ରେ ପାଣି ଟିକେ ପାଇଁ ଲୋକେ ଡହଳ ବିକଳ, ଏହି ଗ୍ରାମରେ ପ୍ରାୟ ୩୦ଘର ବସବାସ କରନ୍ତି, ଗ୍ରାମବାସିଙ୍କ ର କହିବା କଥାକି ଏଠି ଆସୁଥିବା ବସୁଧା ଜଳ ଠିକ ସମୟ ରେ ଆସୁ ନାହିଁ କି ଯେତିକି ପାଣି ଆସୁଛି ଧୀରେ ଧୀରେ ଆସୁଛି ଏବଂ ବିଦ୍ୟୁତ କାଟ ହେଲେ କେବେ ଆସୁଛି କେବେ ନାହିଁ, ନଳକୂପ ଗୋଟେ ହେଲେ ଜଳ ସମସ୍ୟା ଦୂର ହେବ ବୋଲି କହୁଥିବା ବେଳେ ଗ୍ରାମବାସୀ ଙ୍କ ଜଳ ସଙ୍କଟ କଥା ବୁଝିବା ପାଇଁ ପ୍ରଶାସନ ପଛଘୁଞ୍ଚାକାହିଁକି ଲୋକଙ୍କ କହିବା ମୁତାବକ ବିଗତ ଏକବର୍ଷ ପୂର୍ବେ ଜଳର ଅଭାବ କୁ ନେଇ ଗ୍ରାମବାସି ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଜଳ ଆଭାବକୁ ପୂରଣ କରି ନାହାନ୍ତି ଅଧିକାରୀ ,ଏ ନେଇ ରୋହିଲା ଗ୍ରାମପଂଚାୟତ ର ସରପଞ୍ଚ ଦିବ୍ୟଲୋଚନ ନାଏକ ଙ୍କ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ନଳକୂପ ଟିଏ ମଧ୍ୟ କରିବା ପାଇଁ ପ୍ରଶାସନ ଅଣଦେଖା କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।
କଣିହାଁ ରୁ ସୁନୀଲ କୁମାର ସାମଲ ରିପୋର୍ଟ,



