ସମିତି ସଭ୍ୟରୁ ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ, *ବିଧାୟକ ଅଶୋକଙ୍କ କାଲିଠାରୁ ଦାୟିତ୍ୱ ଗ୍ରହଣ
ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍ ସମଲ ଥାନା ଅନ୍ତର୍ଗତ କୁଲେଇ ଗ୍ରାମର ନିର୍ବିବାଦୀୟ ଲୋକ ପ୍ରତିନିଧି ତଥା ପାଲହଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଘୋଷଣା ପରେ ସମଲ ଥାନା ଅଧୀନସ୍ଥ କୁଲେଇ ଗ୍ରାମର ନିଜ ଆବାସିକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ୧୪ତାରିଖ ମଙ୍ଗଳବାର ଦିନ ନିଜ ଗ୍ରାମର ମଙ୍ଗଳା ମା,ମାତାରିଣୀ,ହନୁମାନ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରି ଆସନ୍ତା କାଲି ଦାୟିତ୍ୱ ଗ୍ରହଣ କରିବେ ବୋଲି ସ୍ଥାନୀୟ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଛନ୍ତି। ହଜାର ହଜାର ଜନସାଧାରଣଙ୍କ ଗହଳି ଭିତରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବବିହ୍ୱଳ ହେଇ ପଥପ୍ରାନ୍ତ ସଭା ମଧ୍ୟମରେ ଲୋକଙ୍କ ସହଯୋଗ ଓ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀ ମହାନ୍ତି ୧୯୮୩ ମସିହା ରୁ ଉତ୍କଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ନେତା ଭାବେ କାର୍ଯ୍ୟ କରି ଆସିଛନ୍ତି । ପରବର୍ତ୍ତୀ ସମୟରେ ବିଜେପିର ପ୍ରତିଷ୍ଠାତା ସଦାସ୍ୟରେ ରହି ଆସି ବହୁ ପଦ ପଦବୀରେ ଥାଇ ସଂଗଠନ ସୁଦୃଢ କରିଛନ୍ତି ।ଅନୁଗୁଳ ଜିଲ୍ଲାରେ ୩ଥର ବିଜେପି ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବିବାଦୀୟ କାର୍ଯ୍ୟ କରି ତୃଣମୂଳ ସ୍ତରରେ ଦଳକୁ ମଜବୁତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ପାଳଲହଡା ବିଧାୟକ ଭାବେ ନିର୍ବାଚିତ ହେବା ପରେ ପରେ ବିଭିନ୍ନ କମିଟିରେ ସଦସ୍ୟ ଭାବେ କାର୍ଯ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି । ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନ ଓ ସ୍ୱାଧୀନତା ସଂଗ୍ରାମୀ ତଥା ସରପଞ୍ଚ ସ୍ୱର୍ଗତ ଜୟକୃଷ୍ଣ ଗଡ଼ନାୟକଙ୍କ ଆଦର୍ଶରେ ଅନୁ ଅନୁପ୍ରାଣିତ ହୋଇ ନିଜର ରାଜନୈତିକ ପତିଆରା ଆରମ୍ଭ କରିଥିଲେ। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କର ଘନିଷ୍ଠତା ତାଙ୍କର ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ରାଜ୍ୟ ସରକାର ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଭାବେ ଦାୟିତ୍ବ ନ୍ୟସ୍ତ କରିଥିବାରୁ ସମଗ୍ର ଅଂଚଳରେ ଖୁସିର ମାହୋଲ ଖେଳି ଯାଇଛି । ଶ୍ରୀ ମହାନ୍ତି ଆଜି ବୁଧବାର ଦିନ ସକାଳ ୯ଟାରେ ବିଧବଦ୍ଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ମାତ୍ର ୨୦ବର୍ଷ ବୟସରେ ସମିତି ସଭ୍ୟରୁ ରାଜନୀତି ଆରମ୍ଭ କରି ଆଜି ଜିଲ୍ଲାର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହେଇଥିବା ଏହି ଅମ୍ଳାନ ଲୋକ ପ୍ରତିନିଧିଙ୍କୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ତାଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହେଇ ଶୁଭେଛା ଜଣାଇଛନ୍ତି। କଣିହାଁ ରୁ ସୁନୀଲ କୁମାର ସାମଲ,



