ସୋୟାବାଲି ଜିନ୍ଦଲସ୍କୁଲ୍ ଟପ୍ପରହେଲେ ବିପ୍ଲବ କୁମାର ବାରିକ୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସୋୟାବାଲି ସ୍ଥିତ ଜିନ୍ଦଲ ସ୍କୁଲର ମେଟ୍ରିକ୍ ପରୀକ୍ଷା ଟପ୍ପର ହୋଇଛନ୍ତି ବିପ୍ଲବ କୁମାର ବାରିକ୍। ଗତ ପନ୍ଦର ତାରିଖ ଦିନ CBSE BORD ମେଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଗ୍ରାମରେ ଥିବା ଜିନ୍ଦଲସ୍କୁଲ ର ମଧ୍ୟ ରେଜଲ୍ଟ ପ୍ରକାଶ ପାଇଛି, ଏହି ସ୍କୁଲ୍ ରମୋଟ ୮୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ଛବିସ ଜଣ ଛାତ୍ରଛାତ୍ରୀ ନବେ ଅବା ନବେ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର୍ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ସୂଚନା।

ସେଥି ମଧ୍ୟରୁ ବିପ୍ଲବ କୁମାର ବାରିକ୍ ମୋଟ୍ ୫୦୦ନମ୍ବର୍ ମଧ୍ୟରୁ ୪୯୭ ନମ୍ବର୍ ରଖିବା ସହ ୯୯.୪% ପ୍ରତିଶତ ରଖିଥିବା ନେଇ ସୂଚନା ରହିଛି। ବିପ୍ଲବଙ୍କ ଏତାଦୃଶ ସଫଳତା ରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ଏବଂ ତାଙ୍କର ଏହି ସଫଳତା ରେ ତାଙ୍କ ବାପା ମାଆ ମଧ୍ୟ ପୁଅର ଏହି ସଫଳତାରେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି। ବିପ୍ଲବ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୂର୍ ଥାନା ଅନ୍ତର୍ଗତ ଖେଜୁରିଆ ଗ୍ରାମର ମୁକେଶ କୁମାର ବାରିକ ଓ ଗୀତାଞ୍ଜଳି ବାରିକ୍ ଙ୍କ ଏକ ମାତ୍ର ପୁତ୍ର ଅଟନ୍ତି। ତାଙ୍କ ବାପା ମୁକେଶ ବାରିକ୍ ବଡ଼ବିଲ ନେସ୍କୋ ଇଲେଟ୍ରିକ୍ କମ୍ପାନୀର ଲାଇନ୍ ମ୍ୟାନ୍ ଭାବେ ଦୀର୍ଘ ପନ୍ଦର ବର୍ଷରୁ ଉର୍ଦ୍ଧ ସମୟଧରି କାର୍ଯ୍ୟ କରୁଥିବା ବେଳେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ନିକଟରେ ଥିବା ନେସ୍କୋ କଲୋନୀରେ ରହିଆସୂଛନ୍ତି। ବିପ୍ଲବଙ୍କ ଏହି ସଫଳତାରେ ବିଭିନ୍ନ ଦିଗରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



