ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ
ବାଲିଗୁଡା, ତା, ୧୭/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ସହ ପୋଲିସ ଦଳ ଦାରିଙ୍ଗିବାଡ଼ି ଛକରେ ପେଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ଏହାକୁ କ.ନୂଆଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁରଙ୍କ ନେତୃତ୍ୱରେ କ.ନୂଆଗାଁ ବନପାଳ ଶୁଶାନ୍ତ କୁମାର ବୈଶାଖୀ ଉକ୍ତ ପଟା ବୋଝେଇ ୨୦୭ ପିକଅପ ଗାଡି ନଂ.ଓଡ଼ି ୦୨ ସିପି ୭୬୨୭ ମିନି ଟ୍ରକକୁ ନିଜ ଅଧୀନକୁ ଆଣିଥିଲେ। ଉକ୍ତ ମିନି ଟ୍ରକକୁ ଯାଞ୍ଚ କରି ଶାଳ ପଟା ୧୫ ଟି, ପିଆଶାଳ ପଟା ୨୫ ଟି ଓ ଶାଳ ସାଇଜ ୪୪ ଟି ମୋଟ ୮୪ ଟି କାଠ ପଟା ଜବତ କରିବା ସହିତ ବେଆଇନ କାଠ ପଟା ପରିବହନ କରୁଥିବା ଡ୍ରାଇଭର ରାଇକିଆ ଥାନା ଅନ୍ତର୍ଗତ ସୁଗଡ ବାଡ଼ିର ବିପିନ ପ୍ରଧାନ (୩୪) ଓ ଚୋରା ଚାଲାଣ କରୁଥିବା କାଠ ମାଫିଆ ରାଇକିଆ ଥାନା ସୁଗଡବାଡିର ଚିକୁନୁ ନାୟକ (୪୩) ଏବଂ ପେଟାମାହାର ଦୀପକ କୁମାର ନାୟକ (୫୦) ତିନି ଜଣଙ୍କୁ ଗିରଫ କରିଥିଲେ। ଏହାକୁ ନେଇ ବନାଞ୍ଚଳ କେସ ନଂ ଓଆର ୦୩/୨୬ ପ୍ରକାରେ ଏକ ମକଦ୍ଦମା ଋଜୁ କରିବା ସହିତ ଓଡ଼ିଶା ଜଙ୍ଗଲ ଅଧୂନୀୟମ ୧୯୭୨ ର ୫୬ ଧାରା ଓ ୧୯୮୦ ର ଓଟି ଏବଂ ଓଏଫପିଟି ୪,୧୨,୧୪ ପ୍ରକାରେ କୋର୍ଟ ଚାଲାଣ କରାଯାଇଛି।ଏହି ମିନି ଟ୍ରକଟି ପଟା ବୋଝେଇ କରି କୋଟଗଡ଼ ବନାଞ୍ଚଳରୁ ରାଇକିଆ ନେଉଥିବା ବେଳେ ଚାଲାଣକାରିଙ୍କ ଠାରୁ ୧୯୮୦୦ ନଗଦ ଟଙ୍କା ଜବତ କରିଛି।ଏହି ପଟା ଜବତ କାର୍ଯ୍ୟରେ ବନପାଳ ସନ୍ତୋଷ କୁମାର ସେନାପତି, ବନରକ୍ଷୀ ସୁଜାତା ସାହୁ, ମନୋଜ କୁମାର ପ୍ରଧାନ,ମହେଶ ପ୍ରଧାନ ସମେତ ବନ ସୁରକ୍ଷା ସଦସ୍ୟ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।



