ଜୟଗୋପାଳ ମଠରେ ଝୁଲଣ ପର୍ବ
ଢେଙ୍କାନାଳ, ୨୫/୮: ଢେଙ୍କାନାଳ ଟାଉନ୍ ଜୟଗୋପାଳଜୀଉ ମଠରେ ଝୁଲଣ ପର୍ବ ଗତ ରବିବାର ଠାରୁ ଆରମ୍ଭହୋଇଯାଇଅଛି । ଏହି ପର୍ବ ଆସନ୍ତା ୨୮ ତାରିଖ ଶୁକ୍ରବାର ଗହ୍ମା ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବ । ପ୍ରତ୍ୟେହ ସଂଧ୍ୟା ୭ ଘଟିକା ସମୟରେ ରାଧାକୃଷ୍ଣଙ୍କୁ ଝୁଲଣ ମଣ୍ଡପକୁ ବିଜେ ପରେ ଆଳତୀ, ପୂଜାପାଠ ହୋଇ ବିଭିନ୍ନ ଭୋଗ, ଫଳ, ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ କରାଯିବ । ୨୮ ତାରିଖରେ ମହୋତ୍ସବ ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ଭୋଗ, ଫଳ ଓ ମିଷ୍ଟାନ୍ନ ବ୍ୟବସ୍ଥା ରହିଛି । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପୂଜକ ସନ୍ତୋଷ କୁମାର ଦେବତା ପୂଜାକାର୍ଯ୍ୟ ପରିଚାଳନା କରୁଥିବାବେଳେ ସଭାପତି ଗୁପ୍ତେଶ୍ୱର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ତତ୍ବାବଧାନ କରୁଛନ୍ତି । ପ୍ରତ୍ୟେକ ଦିନ ସନ୍ତୋଷ ସେଠୀ, ଶ୍ରୀକାନ୍ତ ସେଠୀ, ଗଣେଶ୍ୱର ବେହେରା, ଶ୍ରୀମତୀ ସୁଚିତ୍ରା ଓଝା ପ୍ରମୁଖ କୀର୍ତନ ମଣ୍ଡଳୀଙ୍କ ଦ୍ବାରା କୀର୍ତନ ପରିବେଷଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅଂଚଳବାସୀ ସହଯୋଗ କରିଆସୁଛନ୍ତି ।



