ବାହାଘର ବରଯାତ୍ରୀରେ ଗୁଳିକାଣ୍ଡ ଘଟି 2ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଏପରି ଏକ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ମନୋମୁଣ୍ଡା ଅଞ୍ଚଳରୁ ବରଯାତ୍ରୀ ଦଳ ବେଲପୁଞ୍ଜି ଆସିଥିଲେ । ତେବେ ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ଗୋଡରେ ଜଣଙ୍କ ହାତରେ ୨ଟି ଲେଖାଏଁ ଗୁଳି ବାଜିଥିବାର ସୂଚନା ରହିଛି ।
ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗୁଳି ମାରିଥିବା ଓ ଆହତ ହୋଇଥିବା ବ୍ୟକ୍ତି ଉଭୟ ବରପକ୍ଷର ବୋଲି ଜଣାପଡିଛି । ଗୁଳି ଚାଳନାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ପହଞ୍ଚି ଛାନଭିନ୍ନ ଜାରି ରଖିଛି ।
ଅନୁଗୁଳ: ବାହାଘର ବରଯାତ୍ରୀରେ ଗୁଳିକାଣ୍ଡ ଘଟି 2ଜଣ ଗୁରୁତର ହୋଇଛନ୍ତି । ଅନୁଗୁଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଏପରି ଏକ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ମନୋମୁଣ୍ଡା ଅଞ୍ଚଳରୁ ବରଯାତ୍ରୀ ଦଳ ବେଲପୁଞ୍ଜି ଆସିଥିଲେ । ତେବେ ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ଗୋଡରେ ଜଣଙ୍କ ହାତରେ ୨ଟି ଲେଖାଏଁ ଗୁଳି ବାଜିଥିବାର ସୂଚନା ରହିଛି । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗୁଳି ମାରିଥିବା ଓ ଆହତ ହୋଇଥିବା ବ୍ୟକ୍ତି ଉଭୟ ବରପକ୍ଷର ବୋଲି ଜଣାପଡିଛି । ଗୁଳି ଚାଳନାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ପହଞ୍ଚି ଛାନଭିନ୍ନ ଜାରି ରଖିଛି ।



