ନୁଆଦିଲ୍ଲୀ: ପୁଣି ବିଦେଶରେ ଅଦିନିଆ ରଥଯାତ୍ରା । ପୁଣି ସାମ୍ନାକୁ ଆସିଲା ଇସ୍କନର ମନମାନୀ । ଆମେରିକାର ହ୍ୟୁଷ୍ଟନରେ ଏମିତି ଏକ ରଥ ଯାତ୍ରାର ଆୟୋଜନ କରିଛି ଇସ୍କନ ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି ।
ଜଗନ୍ନାଥ ସଂସ୍କୃତି ଅନୁଯାୟୀ ମହାପ୍ରଭୁଙ୍କ ପାପୁଲି ବା ଆଙ୍ଗୁଠି ହାତ ନଥାଏ । ମାତ୍ର ସେଠି ପରେଡରେ ପ୍ରଦର୍ଶିତ ପ୍ରତିମୂର୍ତ୍ତିରେ ଜଗନ୍ନାଥଙ୍କୁ ସମ୍ପୁର୍ଣ୍ଣ ହାତ ସହିତ ଦର୍ଶାଯାଇଥିଲା । ଯାହା ଶାସ୍ତ୍ରୀୟ ପରମ୍ପରାର ବୋର୍ଡ । ଏହା ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଇଛି । ଜଗନ୍ନାଥ , ସେ କେବଳ ଦେବତା ନୁହଁନ୍ତି, ପ୍ରତି ଓଡିଆଙ୍କ ଆରାଧ୍ୟ । ଏପ୍ରିଲ ୧୧ ତାରିଖରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜିତ କରାଯାଇଥିଲା । ଏହା ସହିତ ମିନି ଟ୍ରକରେ ଶ୍ରୀଜଗନ୍ନାଥଙ୍କୁ ବସାଇ ସହର ବୁଲାଇଥିଲେ । ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଯେତେ କହିଲେ ବି ଇସ୍କନ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି, ଯାହା ଶାସ୍ତ୍ର ବିରୋଧୀ । ଏମିତି କରି ଜଗନ୍ନାଥ ମହିମାର ଅପପ୍ରଚାର କରୁଛି ଇସ୍କନ । ବାରମ୍ବାର ଚିଠି , ଚେତାବନୀ, ନିବେଦନ ସତ୍ତ୍ୱେ ଇସ୍କନର ମନମାନୀ କମୁନି । ୨୦୨୬ ମସିହାରେ ବିଶ୍ୱର କୋଣ ଅନୁକୋଣରେ ୮୦ ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ଆୟୋଜିତ ପାଇଁ ତାରିଖ ସ୍ଥିର କରିଛି । ଏନେଇ ନିକଟରେ ଇସ୍କନକୁ ଚରମ ବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅଦିନିଆ ରଥଯାତ୍ରା ଆରମ୍ଭ କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ । ଏମିତିକି ଇସ୍କନର ମନମାନୀ ସଂପର୍କରେ କିଛି ଦିନ ତଳେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ ତ କରାଇଥିଲେ ବୋଲି ଗଜପତି ମହାରାଜ କହିଥିଲେ ।



