ତାଳଚେର ରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ପାଳିତ।।
ତାଳଚେର ୨୮/୪ ଉତ୍କଳ ର ବରପୁତ୍ର ତଥା ଓଡିଆ ଜାତି ପାଇଁ ଗୌରବ ଆଣି ଦେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତାଳଚେର ରେ ଆଜି ୧୭୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ଉପରେ ତାଳଚେର ରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରଯାଇଥିବା ଜଣାପଡ଼ିଛି। ତାଳଚେର କୋର୍ଟ ପରିସରରେ ତାଳଚେର ଓକିଲ ସଂଘ ପକ୍ଷରୁ କର୍ମକର୍ତା ଓ ଆଇନଜୀବି ମାନେ ମାଲ୍ୟାର୍ପଣ କରିଥିଲା ବେଳେ ଢେ଼ଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ ମଧ୍ଯ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀ ତାଳଚେର କଲେଜ ରେ ଥିବା ପ୍ରତିମୂର୍ତ୍ତି ଓ ଦେଉଳବେଡ଼ା ଆଗେଇବା କାର୍ଯ୍ୟଳୟ ରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ତାଳଚେର ଦେଉଳ ବେଡା ସ୍ଥିତ ଆଗେଇବା କାର୍ଯ୍ୟଳୟ ଆମ ପ୍ରତିଭା ଆମ ପରିଚୟ, ଆଗେଇବା ପରିବାର ଓ ତାଳଚେର ପୂଜ୍ୟପୂଜା ସଂସଦ ର କର୍ମକର୍ତା ମାନେ ମିଳିତ ଭାବେ ସ୍ବତନ୍ତ୍ର ଓଡ଼ିଶା ଗଠନ ର ମୁଖ୍ୟ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିନରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର କଲେଜ ର ଅଧକ୍ଷ ମେଜର ସୁବ୍ରତ କୁମାର ଦାସ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।କୋର୍ଟ ପରିସରରେ ପୂର୍ବତନ ସ୍ବତନ୍ତ୍ର ସରକାରି ଓକିଲ ଗିରିଜା ଶଙ୍କର ମିଶ୍ର, ନିର୍ମଳ ତ୍ରୀପାଠୀ, ବରିଷ୍ଠ ଆଇନଜିବୀ ହରେକୃଷ୍ଣ ପାତ୍ର, ସାମ୍ବାଦିକ ତପନ କୁମାର ମହାରଣା , ପୁର୍ବତନ ନଗର ପାଳ ତଥା ଆଇନଜୀବି କେଶବ ଭୁତିଆ, ରାଜକିଶୋର ସାହୁ, ସୁନ୍ଦର ପ୍ରଧାନ, ଓକିଲ ସଂଘ ର ପୂର୍ବତନ ସଭାପତି ସନ୍ତୋଷ ସାହୁ, ରାଜେନ୍ଦ୍ର ସିଙ୍ଗ, କୁଶ ବିହାରୀ ସାମଲ, ଇଁ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ରମେଶ ବେହେରା ଲିପୁ ରଥ, ସମାଜ ସେବୀ ସନୁ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଓକିଲ ସଂଘର କର୍ମକର୍ତା ଉପସ୍ଥିତ ଥିଲେ।।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)