କନ୍ଦରସିଂହା ଗାଁରେ ପ୍ରସିଦ୍ଧ ଚନ୍ଦନ ଯାତ୍ରା

ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ଅଞ୍ଚଳର ବହୁ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମହୋତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି ।ପବିତ୍ର ବୁଦ୍ଧ ପୂର୍ଣ୍ଣିମା କିମ୍ବା ଚନ୍ଦନ ପୂଣ୍ଣିମା ଅବସରରେ ଗ୍ରାମରେ ବହୁ ବର୍ଷ ଧରି ପାଳିତ ହୋଇ ଆସୁଛି ପବିତ୍ର ଚନ୍ଦନ ଯାତ୍ରା ମହୋତ୍ସବ । ଚଳିତ ବର୍ଷ ଯାତ୍ରା ଲାଗି ପଟୁଆର ଶୋଭାଯାତ୍ରା ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । କନ୍ଦରସିଂହା ଗାଁରେ ୧୭ ଟି ସାହି ରହିଥିବା ବେଳେ ସମସ୍ତ ସାହିର ଏକତାରେ ଚନ୍ଦନ ଯାତ୍ରା ସମାରୋହ ଶୃଙ୍ଖଳାର ସହ ପାଳନ ହୋଇଆସୁଥିବା ବେଳେ ଚଳିତ ବର୍ଷ ଶୁକ୍ରବାର ଦିନ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଗ୍ରାମର ମଧ୍ୟ ଭାଗରେ ଗୋପୀନାଥଜୀୟୁ ମନ୍ଦିର ରହିଥିବା ବେଳେ ଏହି ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କୁ ନେଇ ଗ୍ରାମର ଗ୍ରାମ ଦେବୀଙ୍କ ସ୍ଥାନକୁ ନେଇ ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଠାକୁରଙ୍କୁ ବିମାନରେ ଧରି ଅପରାହ୍ନ ସମୟରେ ଏକ ବିଶାଳ ପଟୁଆର ମେଲଣ ପଡିଆ ଅଭିମୁଖେ ବାହାରିଥିଲା । ଗ୍ରାମ୍ୟ କମିଟି ଏବଂ ଗ୍ରାମର ୧୭ ଟି ସାହିର କମିଟି ମେମ୍ବର ମାନଙ୍କ ସହଯୋଗରେ ବିଶାଳ ପଟୁଆର ଗାଁ ପରିକ୍ରମା କରି ଗ୍ରାମର କଟରାପଡ଼ା ସାହିରେ ରହିଥିବା ଦୋଳ ମଣ୍ଡପରେ ଠାକୁରଙ୍କୁ ଅବତରଣ କରିଥିଲେ ।ଆୟୋଜିତ ବିଶାଳ ପଟୁଆରରେ ଆଦିବାସୀ ମାନଙ୍କ ସାନ୍ତାଳୀ ବାଜା , ନାମ ସଙ୍କୀର୍ତ୍ତନ , ଗୋପାଳ ମାନଙ୍କ ଲଉଡି ଖେଳ , ଘଣ୍ଟବାଦ୍ୟ , ଆକର୍ଷଣୀୟ ଫୁଲଝାଡ, ବିଭିନ୍ନ ପ୍ରକାରର ବାଜା , ଡିଜେ ସାଉଣ୍ଡର ତାଳେ ତାଳେ ଯୁବକ ମାନଙ୍କ ନାଚ ହଜାର ହଜାର ଦର୍ଶକଙ୍କୁ ବିମୋହିତ କରିଥିଲା । ମେଲଣ ପଡିଆରେ ଦୋକାନ ପିଲାଙ୍କ ଦୋଳି ଏବଂ ଦର୍ଶକଙ୍କ ବିପୁଳ ସମାଗମରେ ଗାଁର ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା । ଘରେ ଘରେ ବନ୍ଧୁବାନ୍ଧବଙ୍କ ଆସର , ପ୍ରତ୍ୟେକ ସାହି ରାସ୍ତା ରାସ୍ତା ଠାରୁ ମେଲଣ ପଡିଆ ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜଣାଶୁଣା ଯୁବ ନେତା ତଥା ପଞ୍ଚାୟତ ସରପଞ୍ଚ ବିଜେନ୍ଦ୍ର ସାହୁ , ଗ୍ରାମ୍ୟ କମିଟି ସଭାପତି ସଚ୍ଚିଦାନନ୍ଦ ବିଶ୍ଵାଳ , ଉପସଭାପତି ସୁଧାକର ସାହୁ ଓରଫ ଟୁନା , ସମ୍ପାଦକ ଅଭୟ କୁମାର ବିଶ୍ବାଳ ଗ୍ରାମର ସନ୍ତୋଷ କୁମାର ବିଶ୍ବାଳ ,ଗଗନ ବିହାରୀ ନାୟକ,ରମେଶ ଚନ୍ଦ୍ର ସାହୁ ପ୍ରମୋଦ କୁମାର ବିଶ୍ବାଳ ସମେତ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ପବିତ୍ର ଚନ୍ଦନ ଯାତ୍ରା ମହୋତ୍ସବ ।ରାତିରେ ବାଜା , ଆକର୍ଷଣୀୟ ବାଣ ଓ ସୁସଜ୍ଜିତ ଆଲୋକରେ ପଟୁଆର କରି ଠାକୁରଙ୍କୁ ବିମାନରେ ଧରି ମନ୍ଦିର ନିଜ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ମହୋତ୍ସବ ଲାଗି ଗ୍ରାମ ହାଇସ୍କୁଲ ପଡ଼ିଆରେ ପାଞ୍ଚ ଦିନ ଧରି ଯାତ୍ରା ବିଶ୍ୱଦରବାର ନାଟକ ପରିବେଷଣ କରୁଛନ୍ତି । ( ଢେ଼ଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




