କାଳବୈଶାଖି ଆଣିଦେଲା ଆଶ୍ୱସ୍ତି
଼ତାଳଚେର, ୦୫/୦୫ ତାଳଚେର ଅଂଚଳରେ କାଳବୈଶାଖୀ ଯୋଗୁଁ ୩ଦିନ ହେବ ପାଗ କୋହଲା ହେବା ସହ କାଲି ରାତ୍ରୀ ସମୟରେ ଖୁବଯୋରରେ ପବନ ବୋହିବା ସହିତ ବର୍ଷା ହୋଇଥିଲା । ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ୭ତାରିଖ ଯାଏଁ କାଳବୈଶାଖି ହେବାର ସମ୍ଭବନା ରହିଛି । ତାଳଚେର ଅଂଚଳରେ ଉତାପ ୪୫ଡ଼ିଗ୍ରୀକୁ ବୃଦ୍ଧି ପାଇ ରେକର୍ଡ଼ କରିଥିଲେ ମଧ୍ୟ ଆଜି ଏହା ଖସି ୩୦.୨ରେ ରହିଥିବା ଉପଜିଲ୍ଳାପାଳ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । କାଳବୈଶାଖିରେ ପ୍ରଭାବରେ ତାଳଚେର ଅଂଚଳରେ କ୍ଷୟକ୍ଷତି ବିଶେଷ ହୋଇନଥିଲେ ମଧ୍ୟ ଗଛ ପଡ଼ିବା ସହିତ ଠାଏ ଠାଏ ସ୍ଥାନରେ କଦଳୀଗଛ ନଷ୍ଟ ହୋଇଛି । ଏହି କାରଣରୁ ଜଳବାୟୁ ଥଣ୍ଡା ରହିବା ସହ ଲୋକମାନଙ୍କୁ ଅଳ୍ପକେ ଆଶ୍ୱସ୍ତି ଆଣିଦେଇଛି ।



