ତାଳଚେର ରଥଯାତ୍ରାର ପ୍ରସ୍ତୁତି ବୈଠକ
ତାଳଚେର, ୦୬/୦୫ ଓଡ଼ିଶାର ଆରାଧ୍ୟ ଦେବତା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବୈଠକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅଧିକ ଆଡ଼ମ୍ବରପୂର୍ଣ୍ଣ, ଶୃଙ୍ଖଳିତ କରିବାକୁ ନିଷ୍ପତି ନିଆଯାଇଥିଲା । ସଭାକୁ ନିର୍ବାହୀ ଅଧିକାରୀ ତଥା ସଂଯୋଜକ ପ୍ରଦୀପ ସାହା ପରିଚାଳନା କରିଥିଲେ । ଏହି ବୈଠକରେ ପୂର୍ବତନ ସାଂସଦ ମହେଶ ସାହୁ, ତାଳଚେର ରାଜା ସାହେବ୍ ବିଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ, ବିଧାୟକ ବ୍ରଜ କିଶୋର ପ୍ରଧାନ, ଢ଼େଙ୍କାନାଳ ସାଂସଦ ପ୍ରତିନିଧି, ସ୍ଥାନୀୟ ପ୍ରତିନିଧି, ନଗରପାପାଳ ପବିତ୍ର ଭୂତିଆ, ଏସଡ଼ିପିଓ ଭରତ ସାହୁ, ତାଳଚେର ଟାଉନଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ ଓ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ ପ୍ରଭୂଙ୍କର ଏହି ଯାତ୍ରା କିପରି ଶୃଙ୍ଖଳିତରେ ସମାପନ ହେବ ଓ ତାଳଚେର ପରିମଳ ବ୍ୟବସ୍ଥା, ଟ୍ରାଫିକ୍, ଆଲୋକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ରଥଯାତ୍ରା ପାଇଁ ଅନୁଦାନ ସଂଗ୍ରହ ପ୍ରକ୍ରିୟା, କମିଟିର ପଞ୍ଜିକରଣ ଓ ପରିଚାଳନା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଚିତରଞ୍ଜନ ପ୍ରଧାନ ମୁଖ୍ୟସହାୟକ ପୂର୍ବବର୍ଷ ରଥଯାତ୍ରାର ବିବରଣୀ ଓ ଆୟବ୍ୟୟର ହିସାବ ପାଠ କରିଥିଲେ । ପରିଶେଷରେ ଶ୍ରୀ ସାହା ଉପସ୍ଥିତ ସମସ୍ତ ସଦସ୍ୟ, ସାମ୍ବାଦିକ ଓ ବିଭିନ୍ନ ବିଭାଗ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)

