ନାଲକୋ ପକ୍ଷରୁ ପାରି ପାର୍ଶ୍ଵିକ ଗ୍ରାମ ଗୁଡିକୁ ଜଳ ଯୋଗାଣ

ବଁଅରପାଳ ୬/୫ ନାଲକୋ ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ଅନୁଗୋଳ ତରଫରୁ ଗ୍ରୀଷ୍ମ ଋତୁ ନିମନ୍ତେ ନାଲକୋର ପାର୍ଶ୍ଵବର୍ତ୍ତୀ ଗ୍ରାମ ମାନଙ୍କରେ ପାନୀୟ ଜଳ ଯୋଗାଣ ର ଶୁଭାରମ୍ଭ ନେଇ ଆଜି ଏହାର ଉଦଘାଟନ ପର୍ବ ଆରମ୍ଭ ହୋଇ ଯାଇଛି l ପ୍ରଚଣ୍ଡ ଗ୍ରୀଷ୍ମ ରେ ଜଳ ସଙ୍କଟ ଦୂର କରିବା ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପକ୍ଷରୁ ଏହି ବଳିଷ୍ଟ ଜନ ମଙ୍ଗଳ କାରୀ କାର୍ଯ୍ୟ ହାତକୁ ନିଆଯାଉଛିଅଛି । ମଙ୍ଗଳ ବାର ପୂର୍ବାହ୍ନ ରେ ନାଲକୋ ନିର୍ବାହୀ ନିର୍ଦେଶକ ସଚ୍ଚିଦାନନ୍ଦ ଜେନା ଏବଂ କର୍ପୋରେଟ ର ନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ରଥ ଦ୍ବୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।

ଅନ୍ୟତମ ଅତିଥି ଭାବେ କାର୍ଯ୍ୟକ୍ରମରେ ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ,ସିପିପିର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ ଘୋଷ, ନାଲକୋର ବରିଷ୍ଠ ଅଧିକାରୀ,ସି.ଏଏସ.ଆର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରାଜାରାମ ମିଶ୍ର,ସିପିପି ଏବଂ ସ୍ମେଲଟର କାରଖାନାର ସୀକୃତ ପ୍ରାପ୍ତ ଶ୍ରମିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସବୁଜ ସଂକେତ ଦେଇ ଥିଲେ।

ସୂଚନା ଥାଉକି ଅନୁଗୋଳ ବଅଁରପାଳ ବ୍ଲକ ର ୧୪ଟି ଜଳ ସଙ୍କଟ ଥିବା ଗ୍ରାମକୁ ପ୍ରତ୍ୟେକ ଦିନ ୫୪ଟି ପାଣି ଟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଜଣା ପଡିଛି lଏହାଦ୍ବାରା ପାରିପାର୍ଶ୍ବିକ ଜଳ ସଙ୍କଟ ଗ୍ରାମ ମାନଙ୍କର ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳ ଘର ପାଖରେ ପାଇ ସୁରୁ ଖୁରୁରେ ଜୀବନ ଜାପନ କରି ପାରିବେ ବୋଲି ମତ ପ୍ରକାଶ ପାଇଛି l।ଏହି କାର୍ଯ୍ୟକ୍ରମ ର ସଫଳତା ଦିଗରେ ସାମାଜିକ ଦାୟିତ୍ୱ ବୋଧ ବିଭାଗ ର ସମସ୍ତ କର୍ମଚାରୀ ଯୋଗ ଦେଇ ସହଯୋଗ କରିଥିଲେ l


In a significant move toward community welfare, NALCO, S & P Complex,Angul under its CSR initiatives has started its drinking water supply initiative to support the water-scarce peripheral villages in the Angul district during the peak summer. The program was inaugurated on 5th May 2026 by Shri Sachidananda Jena, ED (S&P) & Shri Asutosh Rath, ED (HR) by flagging off a fleet of water tankers to mark the start of the service in presence of Shri Himanshu Sekhar Pradhan, CGM (HR)-S&P, Shri Subhendu Ghosh, CGM (CPP) along with senior officials of NALCO, CSR team and representatives of recognised unions of Smelter and CPP. This initiative will provide safe drinking water to 14 water-scarce villages across the Banarpal and Angul Blocks. With a dedicated fleet performing 54 trips every day, NALCO continues to prioritize the health and well-being of its periphery villages, ensuring that clean water reaches the doorsteps of those in need throughout the critical summer months.



