ନାଲକୋ ପକ୍ଷରୁ ନିର୍ମିତ ବିଦ୍ୟାଳୟ ଗୃହ ଉତ୍ସର୍ଗ

ନାଲକୋ – ଜନ୍ମିତ ସମସ୍ତ ଶିଶୁ ପାଠ ପଢ଼ନ୍ତୁ, ଭଲ ମଣିଷ ହୁଅନ୍ତୁ ର ନାରା କୁ ସାକାର କରିବା ଦିଗରେ ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ନାଲକୋ ପକ୍ଷରୁ ପିଙ୍ଗୁଆ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନୂତନ ଭାବରେ ନିର୍ମିତ ଶ୍ରେଣୀଗୃହର ଉନ୍ନତି କରଣ, ଏବଂ ବିଦ୍ୟାଳୟର ପାଚେରୀ ନିର୍ମାଣ ବ୍ୟବସ୍ଥା କୁ ନାଲକୋ ତରଫରୁ ମଙ୍ଗଳ ବାର ଦିନ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ହୋଇ ଯାଇଛି।

କାର୍ଯ୍ୟକ୍ରମରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ଙ୍କ ଉପସ୍ଥିତ ରେ ମୁଖ୍ୟ ଅତିଥି ଭାବେ ମାନବ ସମ୍ବଳ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ରଥ ଉପସ୍ଥିତ ରହି ଉଦଘାଟନ କରିଥିଲେ ।

ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ, ମହାପ୍ରବନ୍ଧକ ଶ୍ରୀ ରାଜାରାମ ମିଶ୍ର, ବଳରାମପ୍ରସାଦ ସରପଞ୍ଚ ଜୟନ୍ତୀ ସାହୁ , ଗ୍ରାମ ସଭାପତି, ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ଗ୍ରାମାଞ୍ଚଳ ସ୍କୁଲ ପିଲାମାନଙ୍କ ପାଇଁ ଏକ ଆକର୍ଷଣୀୟ ଓ ସୁରକ୍ଷିତ ବିଦ୍ୟାଳୟ ପରିସର ଯୋଗାଇ ଦେବା ପାଇଁ ନାଲକୋ ସଦା ସର୍ବଦା ଯତ୍ନଶୀଳ ବୋଲି ଅତିଥି ମାନେ କହିଥିଲେ l ଏହା ଦ୍ୱାରା ସ୍କୁଲ ପିଲାମାନେ ଉନ୍ନତ ମାନର ଶିକ୍ଷାଦାନ ପାଇବାର ସୁଯୋଗ ପାଇ ପାରିବେ ବୋଲି ଅନ୍ୟତମ ଅତିଥି ବୃନ୍ଦ ଏବଂ ଗ୍ରାମ ବାସୀ ପ୍ରକାଶ କରିବା ସହ ଖୁସି ପ୍ରକଟ କରିଥିଲେ l

In a major boost to rural education, the newly renovated classrooms and boundary wall of the Government Upper Primary School in Pingua village was inaugurated by Shri Sachidananda Jena, ED(S&P) and Shri Asutosh Rath, ED (HR) in presence of Shri Himanshu Sekhar Pradhan, CGM (HR)-S&P, Shri Rajaram Mishra, GM (Systems)- HOD of CSR , CSR Team, Sarpanch, Village President and the local community on 5th May, 2026. By transforming the previously dilapidated premises into a vibrant and secure campus, NALCO’s CSR initiative has eliminated significant infrastructure challenges for local students. This renovation has instilled a sense of pride within Balaramprasad Gram Panchayat, highlighting NALCO’s unwavering commitment to nurturing the future of children and strengthening educational foundations in its peripheral communities.



