ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା
ତାଳଚେର -ତା ୭/୫/୨0୨୬ଡ଼ିଏଭି ପବ୍ଲିକ ସ୍କୁଲ, ଏମ. ସି. ଏଲ ଜଗନ୍ନାଥ କ୍ଷେତ୍ର, ଡେରାଠାରେ ପ୍ରାଥମିକ ସ୍ତରୀୟ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡି. ଏ. ଭି ପବ୍ଲିକ ସ୍କୁଲ, ଓଡ଼ିଶା, ଜୋନ -‘ଡି ‘ର ଉପ ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ପ୍ରଶିକ୍ଷାର୍ଥୀ ଶିକ୍ଷୟିତ୍ରୀ ମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ଆଧାରରେ ଅନୁଭୂତି ମୂଳକ ଶିକ୍ଷାଦାନ ଦ୍ୱାରା ଶ୍ରେଣୀ ଗୃହରେ ଶିକ୍ଷାଦାନକୁ ଅଧିକ ପ୍ରଭାଵଶାଳୀ କରିବା ନିମନ୍ତେ ଉପଦେଶ ଦେଇଥିଲେ। ଓଡ଼ିଶା ଡି. ଏ. ଭି ସ୍କୁଲ ସମୂହର ୬ଟି କ୍ଲଷ୍ଟର ରୁ ୮୧ ଜଣ ଶିକ୍ଷୟିତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ବହୁତ ଅଭିଜ୍ଞ ପ୍ରଶିକ୍ଷିକା ମାନଙ୍କଦ୍ୱାରା ପ୍ରଦାନ କରାଯାଇଥିବା ପ୍ରତିଟି ଶୈକ୍ଷିକ କୌଶଳ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଗ୍ରହଣୀୟ ହୋଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ଏବଂ ପ୍ରଶିକ୍ଷାର୍ଥୀଙ୍କ ଶିକ୍ଷଣ ଗ୍ରହଣୀୟତା ଆକଳନ କ୍ଷେତ୍ରରେ ସ୍ଥାନୀୟ ଡି. ଏ . ଭି ସ୍କୁଲ ସମୂହର ଅଧ୍ୟକ୍ଷା ଓ ପ୍ରଧାନଶିକ୍ଷୟିତ୍ରୀ ମାନଙ୍କର ସକ୍ରିୟ ଅଂଶ ଗ୍ରହଣରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶିକ୍ଷାପ୍ରଦ ହୋଇଥିଲା।କାର୍ଯ୍ୟକ୍ରମଟିର ସଂଯୋଜନା ତଥା ସଫଳ ଆୟୋଜନ କାରିଣୀ ଡି. ଏ. ଭି,ଏମ. ସି. ଏଲ, ଜଗନ୍ନାଥ କ୍ଷେତ୍ର, ଡେରାର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳ। ଚକ୍ରବର୍ତ୍ତୀ ଏହିପରି କର୍ମଶାଳାର ପ୍ରୟୋଜନୀୟତା ଏବଂ ଶିକ୍ଷାଦାନ କ୍ଷେତ୍ରରେ ଗବେଷଣାତ୍ମକ ବ୍ୟାବହାରିକ ଶିକ୍ଷଣ କୌଶଳର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷାର୍ଥିନୀ ମାନଙ୍କୁ ପ୍ରେରଣା ଦେଇଥିଲେ।



