ଯାତ୍ରୀବାହୀ ଅନୀମା ବସ୍ କୁ ଧକ୍କାଦେଲା ଟ୍ରଲର, ଯାତ୍ରୀ ସୁରକ୍ଷିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତରେ ଯାତ୍ରୀବାହୀ ବସ୍ ସହ ଟ୍ରଲର ଦୁର୍ଘଟଣା, ଯାତ୍ରୀ ସୁରକ୍ଷିତ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ କଳାପାହାଡ ନିକଟରେ ଭୁବନେଶ୍ୱରରୁ ଯୋଡ଼ା ଅଭିମୁଖେ ଆସୁଥିବା ଅନୀମା ବସ୍ କୁ ଧକ୍କା ଦେଲା ଟ୍ରଲର ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଆଜି ସକାଳୁ ସକାଳୁ ଭୂବନେଶ୍ବରରୁ ଯୋଡ଼ା ଆସୁଥିବା ଯାତ୍ରୀ ବାହୀ ବସ୍ ଅନିମା କୁ ୫୨୦ ନମ୍ବର ଜାତୀୟ ରାଜପଥ କଳାପାହାଡ଼ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେଇଥିଲା। ତେବେ ବସ୍ ରେ ଅଳ୍ପ ଯାତ୍ରୀ ଥିବାରୁ କାହାରି କିଛି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା। ଅନ୍ୟ ପଟେ ବସ୍ କୁ ଧକ୍କା ଦେଇ ଟ୍ରଲରଟି ଘଟଣା ସ୍ଥଳରୁ ଫେରାର ହେଉଥିବା ବେଳେ ଖବର ପାଇ ପୋଲିସ ତାକୁ ଜବତ କରିଛି। ଏ ନେଇ ଯୋଡ଼ା ପୋଲିସ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




