
ଟାଟା ପାୱାରର ଶ୍ରମିକ ମାରଣ ନୀତି ବିରୋଧରେ ପ୍ରତିବାଦ ଓ ଧାରଣା

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଚାଲିଛି କମ୍ପାନୀ ରାଜ୍।ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଛଟେଇ କରିବାର ଷଡ଼ଯନ୍ତ୍ର କରାଯାଇ ଆଜି ଯୋଡା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଠିକା ଶ୍ରମିକ। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା ଓ ଆଜି ଯେଉଁ ଶ୍ରମିକମାନଙ୍କୁ କମ୍ପାନୀ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ବହୁ କଷ୍ଟ ସ୍ୱୀକାର କରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତକୁ କମାଇ ପାରିଛନ୍ତି l

ଯେଉଁଠି ତଳ ଶ୍ରେଣୀର କର୍ମଚାରୀ ୧୦ରୁ ୧୫ ହଜାର ଟଙ୍କା ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି କମ୍ପାନୀ ନିଜର ଧଳା ହାତୀଙ୍କୁ କୋଟି କୋଟି ଦେଇ ରଖୁଛି ବୋଲି ଅଭିଯୋଗ ହୋଇଛି। ଟାଟା ପାୱାର ଓଡିଶାର ଶ୍ରମିକମାନଙ୍କୁ ଶୋଷଣ କରି ବାହାରୁ ବଡବଡ ଧଳା ହାତୀ ପୋଷା ହେଉଛି ବୋଲି ସେମାନେ ଅଭିଯୋଗ କରିବା ସହ ଯେଉଁଠି ସରକାର ସ୍ଥାନୀୟ ଲୋକଙ୍କୁ ଚାକିରି ଦେବାକୁ କହୁଛନ୍ତି, ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି । କେନ୍ଦୁଝର ଜିଲାର ଶ୍ରମିକଙ୍କ ସ୍ବାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ବରେ ଥିବା ଟାଟା ପାୱାର ଅଧୀନରେ ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ୟୁନାଇଟେଡ଼ ଫୋରମ ଦ୍ବାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଶତାଧିକ ସଂଖ୍ୟାରେ ଶ୍ରମିକ ପ୍ରତିବାଦ କରିବା ସହ ଧାରଣାକୁ ଓହ୍ଲାଇ ଥିବା ଦେଖିବାକୁ ମିଳିଛି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




