
ୱାର୍ଲଡ଼ ଆଥଲେଟିକ୍ସ ବେଗୁନିଆପଡ଼ା ତରଫରୁ ସାଇକେଲ ଶୋଭାଯାତ୍ରା

ଜେ ବି ଏନ, ବ୍ରହ୍ମପୁର , ଟୁକୁନା ପ୍ରଧାନ, ୧୩.୧୨.୨୦୨୦) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ର ୱାର୍ଲଡ଼ ଆଥଲେଟିକ୍ସ ଫୁଟବଲ ଟିମ୍ ପକ୍ଷରୁ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ୍ ରୁ ଆରମ୍ଭ ହୋଇ ପୋଲସରା ନିକଟସ୍ଥ ମା ସିଂହାସନୀ ଙ୍କ ପିଠ ପର୍ଯ୍ୟନ୍ତ ହୋଇଥିଲା । ଟିମ୍ ର ସଦସ୍ୟମାନେ ଦୀର୍ଘ ୬୦ କିଲୋମିଟର ସାଇକେଲ୍ ଶୋଭାଯାତ୍ରା ରେ ଯିବା ଆସିବା କରିଥିଲେ । ଏଥିରେ ୫୦ ଗୋଟି ସାଇକେଲ୍ ସାମିଲ୍ ଥିଲା ।

ସମସ୍ତ ସଦସ୍ୟମାନେ ଶୋଭାଯାତ୍ରା ରେ ଯିବା ବେଳେ ବନ୍ଦେ ମାତରମ୍ ଧ୍ୱନି ଦେଇ ଯାଇଥିଲେ । ଏଥିସହିତ ୨୫ ଗୋଟି ସାଇକେଲ୍ ରେ ସସମ୍ମାନ ସହକାରେ ଜାତୀୟ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ରାସ୍ତା ରେ ଗଲା ବେଳେ ବନ୍ଦେ ମାତରମ୍ ଓ ଭାରତ୍ ମାତା କି ଜୟ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ଗାଁ ଗଣ୍ଡା, ସହର ଏବଂ ରାସ୍ତାଘାଟ । ଏହି କାର୍ଯ୍ୟକ୍ରମ କୁ ଯୁବ କ୍ରୀଡାପ୍ରେମୀ ସରୋଜ କୁମାର ଆଚାର୍ଯ୍ୟ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ସମିତିସଭ୍ଯ ନାରାୟଣ ବେହେରା, କ୍ରୀଡାପ୍ରେମୀ କବିରାଜ ଦାଶ, ରାମକୃଷ୍ଣ ମହାନ୍ତି, ପୋଲିସ୍ କନେଷ୍ଟବଳ ଦୀନବନ୍ଧୁ ଗୌଡ ପ୍ରମୂଖ ଯୋଗଦେଇ ଶୋଭାଯାତ୍ରା ରେ ଯାଉଥିବା ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଟିମ୍ ର ସଦସ୍ୟ ମାନଙ୍କ କହିବା ମୁତାବକ ଏହି ଶୋଭାଯାତ୍ରା କରିବାର ଉଦ୍ଦେଶ୍ୟ ହେଲା ଯେ କଠିନ ପରିଶ୍ରମ କରିବା ଦ୍ୱାରା ହିଁ ନିଜ ଭାଗ୍ୟ ନିଜେ ଗଢି ପାରିବ ବୋଲି ବାର୍ତ୍ତା ଦେବା ପାଇଁ ଆୟୋଜନ କରାଯାଇଛି । ଏଥିରେ ୫୦ ରୁ ଊର୍ଦ୍ଧ୍ଵ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।




