ଏ ବର୍ଷ କରୋନା ମହାମାରୀ ଯୋଗୁଁ ବରଗଡ଼ ଧନୁଯାତ୍ରା ବନ୍ଦ

ଜେ. ବି. ଏନ୍ (୧୩/୧୨ /୨୦୨୦, ରିପୋର୍ଟ, ବିନୋଦ କୁମାର ନାୟକ ), ବରଗଡ଼ : ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଜିଲ୍ଲାର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ତାରିଖରୁ ୭୨ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ହେବାକୁ ଥିଲା । ତେବେ ମହାମାରୀ କରୋନା ( କୋଭିଡ – ୧୯ ) ସଂକ୍ରମଣ ତଥା ଏଥିପାଇଁ ରହିଥିବା କଟକଣା ଏଥିରେ ବାଧକ ସାଜିଛି । ଏହି କ୍ରମରେ ରବିବାର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା କୋର୍ କମିଟି ବୈଠକରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ୭୨ତମ ଧନୁଯାତ୍ରା ମହୋତ୍ସବକୁ ବାତିଲ କରାଯାଇଛି । ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଧନୁଯାତ୍ରା କୋର୍ କମିଟିର ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।



