ଟ୍ରେନ ଲାଇନ୍ରେ କଟି ଯୁବକ ମୃତ
ତାଳଚେର, ୨୦/୦୫ ତାଳଚେର ହାଟତୋଟା ଦେଇ ରେମୁଁଆ ଯାଇଥିବର ଏନଟିପିସି ରେଳଧାରଣାରେ ଆଜି ସକାଳେ କାମାକ୍ଷା ନଗର ବାଲିସାହି ଅଂଚଳର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ପୁତ୍ର କନିଷ୍କ ପାଣିଗ୍ରାହୀ (୫୦)ଙ୍କର ରେଳଧାରଣାରେ କଟି ମୃତ ହୋଇଥିବା ଘଟଣା ଅଂଚଳରେ ଦୁଃଖରଛାୟା ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ସେ ଦୀର୍ଘଦିନ ହେବ ତାଳଚେର ରେମୁଁଆ ଅଂଚଳରେ ରହି ଆସୁଥିଲେ । ସେ କେଉଁ କାରଣରୁ ଓ କିପରି ଭାବେ ରେଳଧାରଣାରେ ମୃତ୍ୟୁବରଣ କଲେ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳି ପାରିନଥିଲେ ମଧ୍ୟ ମୃତ୍ୟୁକୁ ନେଇ ଅଂଚଳରେ ଲୋକରୁଣ୍ଢ ହେବା ସହ ଖବର ପ୍ରଚାରିତ ହେବାପରେ ଘଟଣା ସ୍ଥଳରେ ପୋଲିସ୍ ପଂହଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ବିଧାୟକ ବ୍ରଜକିଶୋର ପ୍ରଧାନ ସେଠାରେ ପଂହଚି ଏନଟିପିସି କର୍ତୁପକ୍ଷଙ୍କୁ ଯୋଗଯୋଗ କରିବାପରେ ଏନଟିପିସି କର୍ତୁପକ୍ଷ ମୃତ ପରିବାର ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ପ୍ରଦାନ କରିଥିବା ବିଧାୟକ ଶ୍ରୀ ପ୍ରଧାନଙ୍କ ସୂତ୍ରରୁ ଜଣାପଡ଼ିଛି ।



