
ଯୁକ୍ତ ୨ ବିଜ୍ଞାନରେ ବାଜି ମାରି ଚର୍ଚ୍ଚାରେ ଆଇଲର୍ଣ୍ଣ
ତାଳଚେର, ୨୦/୦୫ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ତେବେ ସଫଳତା ପାଇବାରେ ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛି ତାଳଚେରର ସୂର୍ଯ୍ୟନଗର ସ୍ଥିତ ଆଇଲର୍ଣ୍ଣ ଶିକ୍ଷାକେନ୍ଦ୍ର । +୨ ବିଜ୍ଞାନ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ୧୦୦% ସଫଳତା ପାଇ ବାଜିମାତ କରିଛନ୍ତି । ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଆଇଲର୍ଣ୍ଣର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରେ +୨ ବିଜ୍ଞାନରେ ପାସ୍ ହାର ୮୮.୮୦ ପ୍ରତିଶତ ରହିଥିବା ବେଳେ ଆଇଲର୍ଣ୍ଣର ପାସ୍ ହାର ୧୦୦ ପ୍ରତିଶତ ରହିଛି ।
ଚଳିତ ବର୍ଷ ଉକ୍ତ ଅନୁଷ୍ଠାନର ମେଧାବୀ ଛାତ୍ର ଜିତେନ୍ଦ୍ର କୁମାର ସାହୁ ୫୫୩ ମାର୍କ ରଖି ଅନୁଷ୍ଠାନ ଟପ୍ପର ହେବା ସହ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ସେହିପରି ଚଳିତ ବର୍ଷ ଆଇଲର୍ଣ୍ଣରେ ଅଧ୍ୟୟନ କରୁଥିବା ୭୦ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ୬ ଜଣ ୨ୟ ଶ୍ରେଣୀରେଉତୀର୍ଣ୍ଣ ହୋଇଛନ୍ତି । ୧୩ ଜଣ ଛାତ୍ର ଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖିଥିବା ବେଳେ ୫୦ ଜଣ ୪୦୦ ରୁ ଉର୍ଦ୍ଧ ମାର୍କ ରଖି ପାସ କରିଛନ୍ତି । ୭ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବିଷୟରେ ଶତ ପ୍ରତିଶତ ମାର୍କ ରଖି ରାଜ୍ୟରେ ପ୍ରଥମ ହୋଇଛନ୍ତି । ଏହି ଅଭୂତପୂର୍ବ ସ‘ଳତା ପାଇଁ ଶିକ୍ଷାକେନ୍ଦ୍ର ପରିସରରେ ତଥା ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି ।
ଆଇଲର୍ଣ୍ଣର ଏହି ସଫଳତାରେ ଅନୁଷ୍ଠାନର ନିର୍ଦ୍ଧେଶିକା ଶ୍ରୀମତୀ ସଞ୍ଜୁଲତା ପାଣି ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତ । ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ, ନିରନ୍ତର ଅଧ୍ୟବସାୟ ଏବଂ ଶିକ୍ଷକମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ଶ୍ରୀମତୀ ପାଣି ମତବ୍ୟକ୍ତ କରିଛନ୍ତି । ଏଥିସହିତ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ସ୍ଥାନୀୟ ଅଂଚଳରେ ଆଇଲର୍ଣ୍ଣ ଶିକ୍ଷାକେନ୍ଦ୍ରର ଏହି ଫଳାଫଳ ଅନୁଷ୍ଠାନର ସୁନାମକୁ ଆହୁରି ବୃଦ୍ଧି କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୨ ରୁ ୨୦୨୬ ଦୀର୍ଘ ୧୫ ବର୍ଷ ଧରି ଲଗାତର ଆଇଲର୍ଣ୍ଣର ପିଲାମାନେ ଶତପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-7-scaled.jpg)

