କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ କାଳବୈଶାଖୀର ତାଣ୍ଡବ ଜନଜୀବନ ପ୍ରଭାବିତ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ କାଳବୈଶାଖୀର ତାଣ୍ଡବରେ ଜନଜୀବନ ପ୍ରଭାବିତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ,ଚମ୍ପୁଆ ଯୋଡ଼ା ବଡ଼ବିଲ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବହିବାର ସହ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ପବନ ବୋହିବା ଯୋଗୁଁ ଚମ୍ପୁଆ,ଯୋଡ଼ା, ବଡ଼ବିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି ।

ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ।ହେବା ସହ କିଛି ସମୟଧରି ବିଦ୍ୟୁତ ସରବରାହ ପ୍ରଭାବିତ ହେଇଛି। ଆଜି ମଧ୍ୟାହ୍ନ ରେ ହଠାତ୍ କଳାହାଣ୍ଡିଆ ମେଘ ମାଡି ଆସିବା ସହ ବିଜୁଳି ଘଡଘଡି ଗର୍ଜନ କରିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। କୁଆପଥର ମାଡ ସହିତ ପ୍ରବଳ ମାତ୍ରାରେ ପବନ ବୋହିବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେଉଛି। ବର୍ଷା ଛାଡ଼ିବା ପରେ ବହୁସ୍ଥାନରେ ଲୋକେ ଗଛ କାଟି ରାସ୍ତା ସଫା କରୁଥିବା ଦେଖାଯାଇଛି, ଯାତାୟତ ସ୍ଵାଭାବିକ ହୋଇଥିବା ବେଳେ କଳା ବାଦଲ ଆକାଶକୁ ଆଚ୍ଛାଦିତ କରି ରଖିଥିବା ବେଳେ ଆକାଶରେ ବିଜୁଳି ଘଡଘଡି ଗର୍ଜନ ଜାରି ରହିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



