ସଭାପତି ଙ୍କୁ ଦାବିପତ୍ର ଦେଲେ ଚାଷୀ

ଭଟଲି :- ରବି ଋତୁ ଧାନକ୍ରୟ ଆରମ୍ଭ ହୋଇ ସାରିଛି। ଏହି ମର୍ମରେ ସମସ୍ତ ଧାନକ୍ରୟ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ମିଲରମାନେ ସରକାରୀ ଦର ଅନୁଯାୟୀ ଧାନ କିଣୁଛନ୍ତି। ଚଳିତ ବର୍ଷ ବହୁ ଚାଷୀଙ୍କ ଟୋକନ ଆସି ନଥିବା ବେଳେ ଆଉ କିଛି ଚାଷୀଙ୍କ ଜମି ପରିମାଣ ହିସାବରେ କମ୍ ଧାନର ଟୋକନ ଆସିଛି। ସେଥିପାଇଁ ଚାଷୀ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ସମସ୍ୟାର ସମାଧାନ ହେଉ ନଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି । ନିଜ କଷ୍ଟୋପାର୍ଜିତ ଧାନ ବିକ୍ରି କରି ପାରୁନଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଓଡ଼ିଶା ମିଲକୁ ଧାନ ଆସୁଥିବାରୁ ଚାଷୀମାନେ ଉତ୍ତେଜିତ ହେବା ସହ ଚିନ୍ତିତ ହୋଇ ପଡିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଟଲି ଅଞ୍ଚଳରେ। ଏକ ଧାନବୋଝେଇ ଟ୍ରକ ଟୁକୁର୍ଲା ନିକଟସ୍ଥ ଏକ ରାଇସ ମିଲ ଭିତରକୁ ଯାଉଥିବା ଖବର ପାଇ ଭଟଲି ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଧାନ ମିଲକୁ ନେବାପାଇଁ କୌଣସି ସଠିକ କାଗଜାତ ନଥିବାରୁ ଭଟଲି
ଥାନାଧିକାରୀ ବିଭୁତି ଭୂଷଣ ଦଳେଇ ଏହାକୁ ବେଆଇନ ଧାନ ଚାଲାଣ ସନ୍ଦେହ କରି ଟ୍ରକକୁ ଜବତ କରିଥିଲେ । ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିଲା। ଭଟଲି ଥାନାଧୂକାରୀ ବିଭାଗୀୟ ଅଧିକାରୀଙ୍କୁ ଘଟଣା ବାବଦରେ ଅବଗତ କରିବା ପରେ ବରଗଡ଼ର ଅତିରିକ୍ତ ମୁଖ୍ୟ ଯୋଗାଣ ନିରୀକ୍ଷକ ବ୍ୟୋମକେଶ ମାଝା ଏବଂ ଅମ୍ବାଭୋନା ଯୋଗାଣ ନିରୀକ୍ଷକ ଜବତ ଗାଡ଼ି ପାଖକୁ ଯାଇ ତନାଘନା କରିଥିଲେ l ଏହିପରି ଅନେକ ଗାଡ଼ିରେ ଛତିଶଗଡ଼ରୁ ଧାନ ଚୋରାଚାଲାଣ ହେଉଥିଲେ ସୁଦ୍ଧା ଯୋଗାଣ ବିଭାଗ ଦ୍ବାରା କୌଣସି ସଠିକ ପଦକ୍ଷେପ ନିଆଯାଉନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଛତିଶଗଡରୁ ଆସୁଥିବା ଧାନ ପାଇଁ ଓଡ଼ିଶା ମିଲମାନଙ୍କରେ ପର୍ଯ୍ୟାପ୍ତ ମାତ୍ରାରେ ଜାଗା ଥିବା ବେଳେ ଓଡ଼ିଶା ଧାନ ପାଇଁ କାହିଁକି ସ୍ଥାନାଭାବ ରହୁଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିରେ ସ୍ଥାନୀୟ ଧାନ ଦଲାଲମାନଙ୍କର ସଂପୃକ୍ତି ଥିବା ଅନୁମାନ କରି ସଭାପତି ଙ୍କୁ ଏକ ଦାବି ପତ୍ର ଦେଇଥିଲେ l ଏହି ପରି ଦଲାଲ ଙ୍କୁ ମଣ୍ଡି ରୁ ବାହାର କରିବାପାଇଁ ଅନୁରୋଧ କରିଥିଲେ l



