ଏମଜିଏମ କାରଖାନାରେ ଦୁର୍ଘଟଣା

ଓଡ଼ପଡ଼ା/ଢେଙ୍କାନାଳ/୨୯/୦୫ ଆଜି ଦିବା ୧୦ ଘଟିକା ସମୟରେ ମୋଟଙ୍ଗା ଥାନା ଅନ୍ତର୍ଗତ ଏମ୍ ଜିମ କାରଖାନା ନିମିନ୍ଦା ଢେଙ୍କାନାଳ ଲୌହ କାରଖାନା ରେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କାରଖାନାର ସମ୍ପ୍ରସାରଣ ପାଇଁ ସ୍ଥାପିତ ମୋବାଇଲି ସ୍କ୍ରିନ୍ ଭାଙ୍ଗି ପଡିବାରୁ ତା ତଳେ ଛିଡା ହୋଇଥିବା ଇଂଜିନିୟର ଶତାଦ୍ଧି ରାଜମୋହନ ସ୍କ୍ରିନ୍ ତଳେ ଚାପି ହୋଇଯାଇଥିଲେ । ଦୁଃର୍ଘଟଣାରେ ଡାହାଣ ହାତ ଅଣ୍ଟା ବାମ ଗୋଡ ଭାଙ୍ଗି ଯାଇଛି । କାରଖାନା କର୍ତ୍ତୁପକ୍ଷ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଓଡ଼ପଡ଼ା ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେଠାରୁ ଫେରାଇ ଦେବାରୁ ଭୁବନେଶ୍ଵର ସ୍ଥିତ ଶ୍ରୀହସପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉକ୍ତ ଘଟଣା ସ୍ଥଳରେ Process ମୂଖ୍ୟ ଶୁଭେନ୍ଦୁ ପଣ୍ଡା ଉପସ୍ଥିତ ଥିଲେ । ଜଣା ପଡେ ଦୁର୍ଘଟଣା ସ୍ଥଳିରେ ଏ ଦୁଇଜଣଙ୍କର ଡ୍ୟୁଟି ନଥିଲା । ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୂତନ ଭାବେ ନିର୍ମାଣ ଚାଲିଥିବା ସଂପ୍ରସାରଣ କାର୍ଯ୍ୟ ଅତି ନିମ୍ନମାନର । ବିଭିନ୍ନ ବିଭାଗୀୟ ମୂଖ୍ୟ ଠିକାଦାରଙ୍କ ଠାରୁ ପିସି ନେବାରେ ବ୍ୟସ୍ତ । ନିକଟ ଭବିଷ୍ୟତରେ କେତେ ଯେ ଦୁଃର୍ଘଟଣା ଘଟିବ କହିବା ଅସମ୍ଭବ । କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି । କାରଖାନାର ବରିଷ୍ଠ ପଦାଧିକାର ଥାଉ ଥାଉ ଜଣେ କନିଷ୍ଠ ପଦାଧିକାରୀ ଙ୍କୁ କାରଖାନା ପରିଚାଳକ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ସବୁ ଜାଣିଶୁଣି କାରଖାନା ଓ ବାଷ୍ପିତ ବିଭାଗ ଏବଂ ଶ୍ରମ ବିଭାଗ ଚୁପ୍ ରହୁଛନ୍ତି । କାର୍ଯ୍ୟରତ ଶ୍ରମିକମାନେ ଅପେକ୍ଷାରତ କେବେ କାରଖାନା ସୁରକ୍ଷା ଓ ଶ୍ରମିକ ବିଷୟରେ ସରକାର ଦୃଷ୍ଟି ଦେବେ ।



