ନୂଆଦିଲ୍ଲୀ: ଭାରତର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଆସିଛି ଏକ ବଡ଼ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ ସମୟରେ ଘୋଷଣା କରିଛନ୍ତି ଯେ, ଆଇଆଇଏମ୍ ବେଙ୍ଗାଲୁରୁ ଇଣ୍ଡୋନେସିଆରେ ନିଜର ପ୍ରଥମ ବିଦେଶୀ କ୍ୟାମ୍ପସ ସ୍ଥାପନ କରିବ। ଏହି ପଦକ୍ଷେପ ଭାରତର ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହି କ୍ୟାମ୍ପସଟି ଇଣ୍ଡୋନେସିଆର ସିଙ୍ଘାସାରି ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ ସ୍ଥାପିତ ହେବ। ଏହା କେବଳ ଇଣ୍ଡୋନେସିଆର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ, ବରଂ ଆସିଆନ୍ ଅଞ୍ଚଳର ବିଭିନ୍ନ ଦେଶର ଯୁବକ ଯୁବତୀଙ୍କୁ ମଧ୍ୟ ବିଶ୍ୱସ୍ତରୀୟ ପରିଚାଳନା ଶିକ୍ଷା ଦେବ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଓ ଇଣ୍ଡୋନେସିଆ ଶିକ୍ଷା,...






