ଅନୁଗୋଳରେ ‘ଅପରେସନ୍ ପ୍ରହାର’: ନାଲ୍କୋ ଥାନା ଅଞ୍ଚଳରୁ ବିପୁଳ ବିଦେଶୀ ମଦ ଜବତ, ୨ ଅଟକ
ବଅଁରପାଳ: ଅନୁଗୋଳ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ଵାର୍ଡ ପକ୍ଷରୁ ନିଶା କାରବାର ବିରୋଧରେ ଚାଲିଥିବା ‘ଅପରେସନ୍ ପ୍ରହାର’ରେ ବଡ଼ ସଫଳତା। ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ଦୀର୍ଘ ଦିନ ଧରି ଗ୍ରାମର ଏକ ଦୋକାନ ଏବଂ ଘରେ ଏହି ବେଆଇନ କାରବାର ଚାଲିଥିଲା। ଥାନାଠାରୁ ମାତ୍ର ୨ କିଲୋମିଟର ଦୂରରେ ଏତେ ବଡ଼ ର୍ୟାକେଟ୍ ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ଟେର ନ ପାଇବା ଏବଂ ୮ କିଲୋମିଟର ଦୂରରୁ ସ୍ପେଶାଲ ସ୍କ୍ଵାର୍ଡ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

September 20, 2026/
No Comments


