ବଲାଙ୍ଗିରରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ ସେପ୍ଟେମ୍ବର ୧୫ରେ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ହେବ ନବାନ୍ନ ଲାଗି ବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ବଲାଙ୍ଗିରରେ ଉତ୍ସାହର ମାହୋଲ। ଆଜି ନୂଆଁଖାଇ ପର୍ବ ପାଇଁ ପାରମ୍ପରିକ ଲଗ୍ନ ଧାର୍ଯ୍ୟ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ, ମଙ୍ଗଳବାର, ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେବ। ଧାର୍ଯ୍ୟ ଲଗ୍ନ ଅନୁସାରେ ସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ ମଧ୍ୟରେ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହାପରେ ବଲାଙ୍ଗିର ଜିଲ୍ଲାବାସୀ ନୂଆ ଖାଇବେ ବୋଲି ରାଜପୁରୋହିତ...



