
ଢେଙ୍କାନାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ସହରସ୍ଥ ମିନି ଷ୍ଟାଡିୟମ୍ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବାଜିଚୌକଠାରୁ ନେତା ଓ କର୍ମୀମାନଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ସଭାସ୍ଥଳରେ ପହଞ୍ଚିଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟର ସୁଫଳ ସମସ୍ତଙ୍କ ପାଖରେ କିଭଳି ପହଞ୍ଚି ପାରବ କର୍ମୀମାନେ ସେ ନେଇ କାର୍ଯ୍ୟ କରିବାକୁ...






