ସୋନପୁର: ସୁବର୍ଣ୍ଣପୁର ଜିଲା ସଂସ୍କୃତି ସମ୍ପନ୍ନ। ଏହି ମାଟିରେ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ରହିଛି। ଯେଉଁ ସନ୍ଥଙ୍କ କାଳଜୟୀ ବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…’ କେବଳ ରାଜ୍ୟ ଓ ଭାରତ କାହିଁକି; ଜାତିସଂଘର କେନ୍ଦ୍ରୀୟ ଗୃହରେ ଲିପିବଦ୍ଧ ହୋଇ ରହିଛି। ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି। ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍ଘାଟନ...











