
ମୋ କଲେଜ ଅଭିଯାନର ଜିଲ୍ଲାସ୍ତରୀୟ ସମ୍ମିଳନୀ ମୋ କଲେଜ ଏକ ଅଭିଯାନ ନୁହେଁ , ଏକ ଆବେଗ ଏହି ପରିକଳ୍ପନାକୁ ସାକାର କରିବା ପାଇଁ ଓଡିଶା ସରକାର ୨୦୨୧ ମସିହାଠାରୁ ” ମୋ କଲେଜ ଅଭିଯାନ ” ର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୨୩ ମସିହା ପାଇଁ ଢେଙ୍କାନାଳ ଜିଲ୍ଲାରେ ମୋ କଲେଜ ଅଭିଯାନର ପ୍ରଥମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଡିଟୋରିୟମ୍ ଠାରେ ତା.୧୩.୦୧.୨୦୨୩ ରିଖ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଂଜିତ କୁମାର ପ୍ରଧାନ ମଞ୍ଚାସୀନ ଅତିଥିଙ୍କୁ ସ୍ବାଗତ...














