ବ୍ରହ୍ମପୁର, ୨୧/୪ : ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଦେଶର ଅଧା ଜନସଂଖ୍ୟାକୁ ବିଶ୍ବାସଘାତକତା କରିଛନ୍ତି ଏବଂ ସେମାନଙ୍କର ମହିଳା-ବିରୋଧୀ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ପଦାରେ ପକାଇଛନ୍ତି । “ନାରୀ ଶକ୍ତି ବନ୍ଦନ” ଏହି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ “ସାମ୍ବାଦିକ ସମ୍ମିଳନୀ” ବ୍ରହ୍ମପୁର ହିଲପାଟଣା ସ୍ଥିତ ନନ୍ଦନ ହୋଟେଲ୍ ଏଣ୍ଡ କନଭେନସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଯୋଗ ଦେଇ କଂଗ୍ରେସ ଦଳ ସହ ଇଣ୍ଡି ମେଣ୍ଟ...




