ବ୍ରହ୍ମପୁର, ୩୧/୧ : ସ୍ଥାନୀୟ ଗୋଳାବନ୍ଧ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ପୀଠରେ ଗଞ୍ଜାମ ଜିଲ୍ଲା ସରକାରୀ ସୁଲଭ ମୂଲ୍ୟ ଖୁଚୁରା ବିକ୍ରେତା ମାନଙ୍କୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଙ୍ଘର କିଛି ମୈଳିକ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ପୁରାତନ କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଶ୍ରୀ ଇଶ୍ଵର ମହାନ୍ତିଙ୍କୁ ଚୟନ କରାଗଲା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ଚୟନ କରାଗଲା । କାର୍ଯ୍ୟକାରୀ ସଭାପତି ଭାବେ ପି.ରାଜେନ୍ଦ୍ର କୁମାର,ସାଧାରଣ ସମ୍ପାଦକ – ବି...






