ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ସହଦେବ କିଷାନ ଦେଢ଼ ଲକ୍ଷ ଟଙ୍କା ଧରି ଗାଡ଼ିରେ ଯାଉଥିବାବେଳେ, ଭିଜିଲାନ୍ସ ଅଟକାଇ ପଚରା ଉଚରା କରିଥିଲା ହେଲେ ଯନ୍ତ୍ରୀ ଜଣଙ୍କ କୌଣସି ସନ୍ତୋଷଜନକ ଉତ୍ତର ନଦେଇପାରିବାରୁ ତାଙ୍କୁ ଅଟକ ରଖିଛି । ଏହି ଘଟଣାରେ ଭିଜିଲାନ୍ସର ଦୁଇଟି ଟିମ୍ ରାୟଗଡା ସହର ଶିରିଗୁଡ଼ା ସ୍ଥିତ ବିଭାଗୀୟ କାର୍ଯ୍ୟାଳୟ ସମେତ ଆବାସିକ ଭବନରେ ଚଢାଉ କରାଯାଇଛି । ଯାଞ୍ଚ...




