ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ ରାୟଗଡ଼ :-ତା. ୪/୧୨-ଗୁଜରାଟ ରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ l ଏହି ଶ୍ରମିକ ମାନେ ଗୁଜରlଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ l କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା l କୌଣସି ସୂତ୍ରରୁ ଜିଲ୍ଲାଶ୍ରମ ବିଭାଗ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ତରଫରୁ ଗୁଜୁରାଟ ସରକାରଙ୍କ ସହିତ ଯୋଗାଯୋଗ କରି ସେମାଙ୍କୁ ଉଦ୍ଧlର କରାଯାଇ ଟ୍ରେନ ଯୋଗେ ରାୟଗଡକୁ ପଠାଇଥିଲେ l ଉଦ୍ଧାର ହୋଇଥିବା ଶ୍ରମିକ...





