ସୁନ୍ଦରଗଡ଼: ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ। ଯୋଗେଶଙ୍କ ସହ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଲା ହେମଗିରି ପୋଲିସ। ବରପାଲି ରେଲୱେ ସାଇଡିଂକୁ ବିରୋଧ ବେଳେ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି। ସାଇଡିଂକୁ ବିରୋଧ କରି ୪ ଦିନ ହେଲା ଧାରଣା ଦେଇଛନ୍ତି ଲୋକେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି। ସୂଚନା ଥାଉକି ବରପାଲି ପ୍ରସ୍ଥାବିତ ରେଲୱେ ସାଇଡିଙ୍ଗକୁ ବିରୋଧ ଓ ବନ୍ଦ କରିବା ନିମନ୍ତେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ। ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଭାବରେ...








