

*ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଶ୍ରେଷ୍ଠ ଗାୟତ୍ରୀ +୩ ସାଇନ୍ସ କଲେଜ*
ସୁନ୍ଦରଗଡ଼ : ଗତ ୧୬ ଜୁନ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର +୩ ଶେଷ ବର୍ଷର ଫଳାଫଳ ପ୍ରକାଶିତ ହୋଇ ଯାଇଛି।
ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଗାୟତ୍ରୀ +୩ ସାଇନ୍ସ କଲେଜ , ରାଜଗାଙ୍ଗପୁର ର ୧୬ ଜଣ ଛାତ୍ର ଛାତ୍ରୀ ଅଧିକ ନମ୍ବର୍ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଶୀର୍ଷ ସ୍ଥାନ ଅଳଙ୍କୃତ କରିଛନ୍ତି । ଏହି ବାର୍ତ୍ତା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ସୃଷ୍ଟି କରିଥିବା ବେଳେ , ରାଜଗାଙ୍ଗପୁର ର SDPO ଶ୍ରୀଯୁକ୍ତ ଅଭିଷେକ ପାଣିଗ୍ରାହୀ ମହୋଦୟ ଶ୍ରେଷ୍ଠ ସ୍ଥାନ ଅଳଙ୍କୃତ କରିଥିବା କୃତି ଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଉକ୍ତ ସଭାରେ OMSET ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ପତି , ଡାଇରେକ୍ଟର (ଅର୍ଥ) ଶ୍ରୀ ଶରତ କୁମାର ବେହେରା, ଟ୍ରଷ୍ଟ ଉପଦେଷ୍ଟା ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଦାସ, OMSIST ର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଶତପଥୀ, ଗାୟତ୍ରୀ +୩ ସାଇନ୍ସ କଲେଜ ର ଅଧ୍ୟକ୍ଷ ଶ୍ରୀ କ୍ଷୀରୋଦ କୁମାର ଆଚାର୍ଯ୍ୟ,ଟ୍ରଷ୍ଟ ଶିକ୍ଷା ଅନୁଷ୍ଠାନ ମାନଙ୍କର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ , ସମେତ ଏହି ଅଞ୍ଚଳର ଅନେକ ଜ୍ଞାନୀ ଗୁଣି ଶିକ୍ଷାବିତ୍ ଓ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପତି କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟ କାମନା କରିଥିବା ବେଳେ ଡାଇରେକ୍ଟର (ଅର୍ଥ) ଶ୍ରୀ ବେହେରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଗାୟତ୍ରୀ +୩ ସାଇନ୍ସ କଲେଜ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଗର୍ବ ଓ ଗୌରବ ବୋଲି କହିଥିଲେ । ଆଜିର ଏହି ଫଳା ଫଳ ରେ ଗାୟତ୍ରୀ +୩ ସାଇନ୍ସ କଲେଜ ତଥା କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନେ ପରବର୍ତ୍ତୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ବୋଲି ଟ୍ରଷ୍ଟ ର ଉପଦେଷ୍ଟା ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । OMSET ର ସମସ୍ତ ଶିକ୍ଷା ଅନୁଷ୍ଠାନ ର ଶିକ୍ଷାଦାନ ଗୁଣାତ୍ମକ ତଥା ଉଚ୍ଚକୋଟୀର ବୋଲି Omsist ଅଧ୍ୟକ୍ଷ ଶ୍ରୀ ଶତପଥୀ ମହାଶୟ କହିଥିଲେ ।ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କମ୍ପ୍ୟୁଟର ସାଇନ୍ସ ରେ Rank-1 ରେ ପାୟଲ ବେହେରା, Rank-3 ବୋଲାନନ୍ଦ ରୋହିଦାସ୍, Rank-4 ଦୀପକ ମହାକୁର , Rank-5 ସୁବାସିସ୍, ଆଚାର୍ଯ୍ୟ, Rank-7 ରାହୁଲ କୁଜୁର୍, Biology Rank 2 ରେ ଦିବ୍ୟାଂସୁ ଦାସ, mathematic Rank-3 ରେ ପଲ୍ଲବୀ ଗୁପ୍ତା, ରିତୁ ନନ୍ଦେ,Rahk-10 ଦୀପିକା ଖଖ, , commerce Rank-10 ରେ ସୋନିଆ ଖାତୁନ । zoology rank- 5 ଜ୍ୟୋତି ଯଇଶ୍ୱାଲ Rank -9 କେ. ରୋହି ଦାସ ଗୁରୁ, , Rank-10 ଶୁଭସ୍ମିତା ମହନ୍ତ,। Physics Rank -7 ବିଭୂତି ଭୂଷଣ ସାହୁ , Rank-9 ବିଶ୍ୱଜିତ୍ ଜେନା, ଜ୍ଞାନ ରଞ୍ଜନ ସାହୁ । . ଏହି ୧୬ ଜଣ ଛାତ୍ର ଛାତ୍ରୀ ଭଲ ନମ୍ବର୍ ରଖି ଜ୍ୟୋତି ବିହାର ବିଶ୍ଵବିଦ୍ୟାଳୟ ର ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ OMSET ଶିକ୍ଷା ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀଙ୍କ ହୃଦୟରେ ଆନନ୍ଦ ର ଲହରୀ ଖେଳି ଯାଇଛି । ସର୍ବ ଶେଷରେ ପ୍ରିନ୍ସିପାଲ୍ ଆଚାର୍ଯ୍ୟ ମହୋଦୟ ନିଜର ଅନୁଭବ ପ୍ରକାଶ କରି ଜଣାଇଥିଲେ ଯେ OMSET ର ସମସ୍ତ ଶିକ୍ଷା ଦାନ ଅତି ମହତ୍ତ୍ୱପୂର୍ଣ୍ଣ, ତେଣୁ ବିଗତ ଶେଷ ଦୁଇ ବର୍ଷ ହେଲା ଅଶେଷ ସୁଫଳ ପ୍ରଦାନ କରି ଆସୁଛି । ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀ ମାନେ ପ୍ରସ୍ଫୁଟିତ ପାରିଜାତ ପରି ତାଙ୍କ ଗୁଣ ସୌରଭ ରେ ସମାଜ କୁ ସୌରଭିତ କରିବେ ବୋଲି ପ୍ରିନ୍ସିପାଲ ଆଚାର୍ଯ୍ୟ କହିଥିଲେ । ସର୍ବ ଶେଷରେ ସଭାରେ ଉପସ୍ଥିତ ଥିବା ସମସ୍ତ ମାନ୍ୟ ଗଣ୍ୟ ଅତିଥି, ଅଭିଭାବକ, ଛାତ୍ର ଛାତ୍ରୀ ତଥା ଶିକ୍ଷା ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଦେବଦତ୍ତ ବିଶ୍ଵାଳsir ଧନ୍ୟବାଦ୍ ଜ୍ଞାପନ କରିଥିଲେ।।





