ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ ବାଲିଗୁଡା, ତା, ୦୬/୦୪:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଅବୈଧ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି l ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ତୁମୁଡିବନ୍ଧ ଥାନା ଲାବଣ୍ୟ ନଗର ଠାରେ ଅବୈଧ ଦେଶୀ ବନ୍ଧୁକ କାରଖାନାରେ ବନ୍ଧୁକ ସାମଗ୍ରୀ ତିଆରି ଓ ମରାମତି ହେଉଥିବା ସମୟରେ ଅଚାନକ ଚଢ଼ାଉ କରି ସେଠାରେ କାର୍ଯ୍ୟ କରୁଥିବା ଉକ୍ତ ଗ୍ରାମର ଦୈତାରୀ ବିନ୍ଧାଣୀ (୪୦) ଙ୍କୁ ପୋଲିସ ଗିରଫ...






