କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ ବାଲିଗୁଡା, ତା, ୧୦/୦୬:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲସ ର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦) ଙ୍କ ବୁଧବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ,ତଥା ବିଚକ୍ଷଣ ରାଜନୀତିଜ୍ଞ...






